କୋରାପୁଟ: କୋରାପୁଟ ବସ୍ଷ୍ଟାଣ୍ଡ ନିକଟରେ ଭୁଶୁଡି ପଡିଲା ଦୋକାନ ଘର । ଛାତ ତଳେ ୨ ଜଣ ଚାପି ହୋଇ ରହିଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଦାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ଏପର୍ଯ୍ୟନ୍ତ ଜଣକୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ କୋରାପୁଟ ଏସ୍ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ କେଉଁ ପରିସ୍ଥିତିରେ ଘଟଣାଟି ଘଟିଛି ସେନେଇ ତଦନ୍ତ କରୁଛି କୋରାପୁଟ ପୋଲିସ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।









