ଭୁବନେଶ୍ୱର: ଏଆଇରେ ଦୌଡିବ ମୋହନ ସରକାର । ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ । ଏଆଇ ଉପକରଣ ବ୍ୟବହାର ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଆଯିବ । ଦୈନିନ୍ଦିନ ସରକାରୀ କାର୍ଯ୍ୟରେ ଏଆଇ ଉପକରଣ ବ୍ୟବହାର ଅତ୍ୟନ୍ତ ଜରୁରୀ । ଏଆଇ ଗ୍ରହଣ କାର୍ଯ୍ୟପ୍ରଣାଳୀକୁ ସୁଗମ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବ । ଯାହା ଦ୍ୱାରା ପ୍ରଶାସନିକ ଚ୍ୟାଲେଞ୍ଜଗୁଡିକୁ ମୁକାବିଲା କରିପାରିବେ କର୍ମଚାରୀ । ଏଥିପାଇଁ ଗୋଟିଏ ଏଆଇ ଉପକରଣ କ୍ରୟ କରିବାକୁ ଅଧିକାର ଦିଆଯାଇଛି । ଏଆଇ ଉପକରଣ ବ୍ୟବହାର ସମୟରେ ବାହ୍ୟ ପ୍ଲାଟଫର୍ମରେ ଗୁପ୍ତ କିମ୍ବା ଗୋପନୀୟ ଡକ୍ୟୁମେଣ୍ଟ ସାମଗ୍ରୀ ଅପଲୋଡ୍ କରାଯିବ ନାହିଁ ।










