ରେଢାଖୋଲ: ତଣ୍ଟି ଚିପି ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ତନ୍ତଗାଡ ଗାଁରେ ମାଆକୁ ହତ୍ୟା କଲା ପୁଅ । ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଏନେଇ ପୋଲିସ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଅଟକ ରଖି ପଚରା ଉଚରା କରୁଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।









