କଟକ: ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । କୁହାଯାଇଛି ଯେ, ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା ।ଏଥର ଉପର ନୁହେଁ କେବଳ ତଳ ପଡିଆରେ ପଡିବ ଷ୍ଟଲ । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ହବନି । କେବଳ ତଳ ବାଲିଯାତ୍ରା ପଡିଆରେ ହେବ ଚଳିତ ବାଲିଯାତ୍ରା । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଜା ନେବେ ଲୋକେ ।










