କାଠମାଣ୍ଡୁ: ହିଂସାତ୍ମକ ଆନ୍ଦୋଳନ ଯୋଗୁଁ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିତିଲା । ୨୪ ଘଣ୍ଟା ପରେ ତାହା ଖୋଲିଛି । ହିଂସା ରୋକିବା ପାଇଁ ସେନା ଦେଶବ୍ୟାପୀ କଟକଣା ଲଗାଇଛି । ସଡକରେ ନେତା ମୁତୟନ ହୋଇ ସ୍ଥିତି ନିୟନ୍ତ୍ରଣ ଲାଗି ଚେଷ୍ଟା ଚଳାଇଛି । ନେପାଳ ବେସାମରିକ ବିମାନ ଚଳାଚଳ ପ୍ରଧିକରଣ ପକ୍ଷରୁ ବୁଧବାର ବିବୃତ୍ତିରେ କୁହାଯାଇଛି, ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ବିମାନ ଉଡାଣ ବାତିଲ କରିଥିଲୁ । ଏବେ ସବୁ କଟକଣା ହଟିଛି, ବୁଧବାର ବିମାନବନ୍ଦର ପୁଣି ଖୋଲିଛି । ତ୍ରିଭୁବନ ବିମାନବନ୍ଦର ସୁରକ୍ଷା କମିଟିର ନିଷ୍ପତ୍ତିକ୍ରମେ ଉଡାଣ ଆରମ୍ଭ ହୋଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ଦେଶର ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ବିମାନବନ୍ଦର ଖୋଲିବା ପରେ ପର୍ଯ୍ୟଟକମାନେ ବର୍ତ୍ତମାନ ସଡକ ମାର୍ଗ ଦେଇ ଫେରୁଥିବା ଜଣାପଡିଛି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବୁଧବାର ମଧ୍ୟ ସେମାନଙ୍କ ସେବା ବନ୍ଦ ରଖିଛନ୍ତି । ସ୍ଥିତି ସମ୍ପୁଣ୍ଣ ସ୍ୱାଭାବିକ ହେବା ପରେ ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି ।









