21.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ସାର ସଙ୍କଟ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସାର ସଙ୍କଟ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟ ନେଇ  ସମୀକ୍ଷା  କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବୈଠକରେ  ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉପସ୍ଥିତ ରହିବେ ।  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ । ସମୀକ୍ଷା ବୈଠକରେ  ଅନ୍ୟ ମନ୍ତ୍ରୀ ବି ସାମିଲ ହେବେ ।  ତେବେ ରାଜ୍ୟରେ ଅନେକ ଦିନ ଧରି ସାର  ସଙ୍କଟ ଦେଖାଦେଇଛି । କିଛି ଜିଲ୍ଲାକୁ ୟୁରିଆ ସାର  ଆସିଥିବା ବେଳେ  ସମସ୍ତ ପ୍ୟାକ୍ସ ଓ ରିଟଲରମାନଙ୍କୁ ପଠାଯାଇଛି ।  ଏହା ଜାଣିବା ପରେ  ଚାଷୀମାନେ ଲମ୍ବା ଲାଇନ କରି  ସାର ଦୋକାନ ଆଗରେ ଭିଡ ଜମାଉଛନ୍ତି ।  ହେଲେ ଚାଷୀମାନେ ଲାଇନ  ଲାଗିଥିବା ବେଳେ ଆବଶ୍ୟକୀୟ ସାର  ନପାଇ ହନ୍ତସନ୍ତ ହେଉଛନ୍ତି ।  ଅପର ପକ୍ଷରେ ୟୁରିଆ  ସାର ପ୍ୟାକେଟ  ପିଛା ଧାର୍ଯ୍ୟ ମୂଲ୍ୟ ଠାରୁ  ୭୦୦ରୁ ୧୦୦୦ ଟଙ୍କା ଚଢା ଦରରେ ଚାଷୀ କିଣୁଥିବା  ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking