23.1 C
Bhubaneswar
Saturday, February 7, 2026
Homeଓଡିଶାକେନାଲ କଡ଼ରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

କେନାଲ କଡ଼ରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

ଗଡ଼ଗୋବିନ୍ଦପୁର: ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। କେନାଲ କଡ଼ରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛିସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଗଡ଼ଗୋବିନ୍ଦପୁର ଗ୍ରାମ ବାହୁଦା କେନାଲ କଡ଼ରୁ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହକୁ କେ.ନୂଆଗାଁ ପୋଲିସ ଜବତ କରିଛି। ବୃଦ୍ଧା ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର କେ. ପୁନି (୭୦)। ମାନସିକ ବିକାର ଗସ୍ତ ପୁନିି ଘରୁ କିଛିଦିନ ହେଲା ନିଖୋଜ ଥିଲେ।

ଅପରାହ୍ନରେ ଗ୍ରାମର କିଛି ବ୍ୟକ୍ତି କେନାଲକୁ ଯାଇଥିବା ବେଳେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖି କେ.ନୂଆଗାଁ ଥାନାକୁ ଖବର ଦେଇଥିଲେ। ଏହାପରେ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ପରେ ମୃତଦେହର ପରିଚୟ ମିଳିଥିଲା । ବୃଦ୍ଧାଙ୍କ ବୋହୂ କେ.ପିଙ୍କି ମୃତଦେହ ଚିହ୍ନଟ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking