30.1 C
Bhubaneswar
Wednesday, February 11, 2026
Homeଓଡିଶାରାତିକ ଭିତରେ ନିଷ୍ପତ୍ତି ବଦଳାଇପାରେ ବିଜେଡି: ସପ୍ତଗିରି

ରାତିକ ଭିତରେ ନିଷ୍ପତ୍ତି ବଦଳାଇପାରେ ବିଜେଡି: ସପ୍ତଗିରି

ଭୁବନେଶ୍ୱର: ବିଜେଡି ଭୋଟ ଦେବାରୁ ବିରତ ରହିବା ପ୍ରସଙ୍ଗରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ରାଜନୈତିକ  ଡ୍ରାମା କରୁଛି ବିଜେଡି । ରାତିକ ଭିତରେ ବିଜେଡି ନିଷ୍ପତ୍ତି ବଦଳାଇପାରେ । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି ।   ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି  ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ନିକଟରେ, ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking