21.1 C
Bhubaneswar
Saturday, December 6, 2025
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

ମଣିଷର ନିଜର କ’ଣ ? ଜନ୍ମ ଅନ୍ୟଠାରୁ ହୁଏ, ନାମ କରଣ ଅନ୍ୟ ମାନେ କରନ୍ତି, ଶିକ୍ଷା ଅନ୍ୟ ଠାରୁ ପ୍ରାପ୍ତି ହୋଇଥାଏ, କାମ କରିବା ବି ଅନ୍ୟମାନେ ଶିକ୍ଷାନ୍ତି, ଶେଷରେ ସ୍ମଶାନ ମଧ୍ୟ ଅନ୍ୟମାନେ ନିଅନ୍ତି ଏହି ସଂସାରରେ ତୁମର ନିଜର କ’ଣ ଅଛି , ଯେ ତୁମେ ଗର୍ବ କରୁଛ ? ଥରେ ଭାବି ଦେଖ !!”

“ଆମେ କାହାର ଛୋଟଛୋଟ ଭୁଲ ପାଇଁ ତାକୁ ଘୃଣା କରିବା ସେମିତି ହେଲେ ସମସ୍ତଙ୍କର କିଛି ନା କିଛି ଭୁଲ ରହିବ । ସେଥିପାଇଁ କାହାକୁ ଘୃଣା ନକରି ସମସ୍ତଙ୍କୁ ଭଲ ପାଇଲେ ଏ ଦୁନିଆ ବି ଅତି ନିଜର ଲାଗିବ !!”

“କୋଇଲି ନିଜ ଭାଷା କହିଥାଏ ସେଥିପାଇଁ ସ୍ବାଧୀନ ରହିଥାଏ କିନ୍ତୁ ଶୁଆ ଅନ୍ୟର ଭାଷା କହିଥାଏ ସେଥିପାଇଁ ସାରା ଜୀବନ ପିଞ୍ଜରା ଭିତରେ ରହିଥାଏ , ନିଜ ଭାଷା ନିଜ ବିଚାର ଓ ନିଜ ଉପରେ ବିଶ୍ବାସ କର !!”

“ମନେରଖନ୍ତୁ ଭଲ ଦିନ ଦେଖିବା ପାଇଁ ଆପଣଙ୍କୁ ଖରାପ ଦିନର ସାମ୍ନା ନିଶ୍ଚିତ କରିବାକୁ ପଡିବ !!”

“ପୃଥିବୀ ରେ ରହୁଥିବା ମଣିଷ ଧନ ସମ୍ପତି କୁ ଗଣୁ ଥାଏ ,,”

“କାଲି କେତେ ଥିଲା ଆଉ ଆଜି କେତେ ବଢିଛି …”

“ଆଉ ଉପରେ ବସିଥିବା ଈଶ୍ବର ହସୁ ଥାଆନ୍ତି ପୁଣି ଏଇ ମଣିଷ ର ଆୟୁଷ କୁ ଗଣୁଥାଆନ୍ତି …”

“କାଲି କେତେ ଦିନ ଥିଲା ଆଉ ଆଜି କେତେ ଦିନ ରହିଲା …”

“ଲୋଭ ରୁ ଦୁରେଇ ରୁହନ୍ତୁ ସମାଜର ଭଲ କାମ କରନ୍ତୁ ଈଶ୍ଵର କୁ କେବଳ 5 ମିନିଟ ସମୟ ଦିଅନ୍ତୁ … !!”

ନୀରବତା ଏବଂ ଧୌର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ । ନୀରବତା ଦ୍ବାରା ସମ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧୌର୍ଯ୍ୟ ଦ୍ବାରା ସମସ୍ତ ବିପଦକୁ ପାରି କରାଯାଇପାରେ !!”

“ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ…….
ବଞ୍ଚି ରହେ ବ୍ୟବହାରରୁ….
ଅନୁଭବ ହୁଏ ଯନ୍ତ୍ରଣାରୁ ..
ଅନୁଭୂତି ରହେ ହୃଦୟରେ ….
ଫିକା ପଡିଯାଏ ଅବହେଳାରୁ…..
ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !!”
ପାଣି ଆଉ ନିଜ ଚିନ୍ତାଧାରା ସବୁବେଳେ ପରିଷ୍କାର ରଖିବେ….
କାରଣ..
ପାଣି ଯଦି ଅପରିଷ୍କାର ହୁଏ ତାହେଲେ ଦେହ ଖରାପ । ଆଉ ଚିନ୍ତାଧାରା ଯଦି ଅପରିଷ୍କାର ହୁଏ ଜୀବନ ଖରାପ….
ଶବ୍ଦ ମଧ୍ୟ୍ୟ ଏକ ପ୍ରକାର ଭୋଜନ, କେଉଁ ସମୟରେ କେଉଁ ଶବ୍ଦ ପରୋଶିବାକୁ ହୋଇଥାଏ ବୁଝିଗଲେ ଏହି ଦୁନିଆର ଶ୍ରେଷ୍ଠ ରୋଷେୟାରେ ପରିଗଣିତ ହେବ….
ସମୟ ସହ ଘଟୁଥିବା ଘଟଣା ଆମ ପାଇଁ ଗୋଟିଏ ଗୋଟିଏ ଅନୁଭବ ଅଟେ,ଯାହା ବାସ୍ତବରେ ଆମ ପାଇଁ ସତର୍କ ହୋଇ ଚାଲିବାକୁ ସୂଚାଇଦିଏ।
ଦୁନିଆଁରେ ସବୁଠାରୁ ଓଜନିଆ ଜିନିଷ ହେଉଛି ଇଜ୍ଜତ ଯାହା ଥରେ ତଳେ ପଡ଼ିଗଲେ ଆଉ କେବେ ବି ଉପରକୁ ଉଠେଇ ହୁଏ ନାହିଁ !”

ଅନ୍ୟକୁ ଦେଖି ହସିବା ବଦଳରେ ନିଜକୁ ନିଜେ ଦେଖି ହସିବା ଉଚିତ୍ !”

ସବୁବେଳେ ଅନ୍ୟର ଭୁଲ୍‌କୁ ଦେଖିବା ବଦଳରେ ବେଳେ ବେଳେ ନିଜର ଭୁଲ୍ କୁ ମଧ୍ୟ ଦେଖିବା ଦରକାର !”

ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ବି ପୁଣ୍ୟ ଲାଭ ହେବ ନାହିଁ !

ଅଦ୍ୟ ସେପ୍ଟେମ୍ବର ମାସ ୦୫ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ତ୍ରୟୋଦଶୀ ରାତ୍ରି ଘ୦୩/୩୧ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୧୨/୩୧ ଗତେ ଧନିଷ୍ଟା
ଚନ୍ଦ୍ର- ମକର
ଯୋଗ- ଶୋଭନ
କରଣ – କୌଳବ
ସୌରମାସ- ସିଂହ ୨୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୧୮
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୪/୩୧ ଗତେ ପଶ୍ଚିମେ
ସିଂହ ରାଶି ର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୮/୦୦ ଗତେ ଘ୦୮/୩୯ ମଧ୍ୟେ ଓ ୧୨/୪୮ ଗତେ ଘ୦୨/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୨ ଗତେ ଘ୧୧/୩୦ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
✧═════•❁❀❁•═════
ବୃଷ
ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
✧═════•❁❀❁•═════
ମିଥୁନ
ଆଜି ଧନନାଶ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
✧═════•❁❀❁•═════
କର୍କଟ
ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
✧═════•❁❀❁•═════✧
ସିଂହଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
✧═════•❁❀❁•═════

କନ୍ୟା
ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
✧═════•❁❀❁•═════
ତୁଳା
ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
✧═════•❁❀❁•═════

ବିଛା
ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
✧═════•❁❀❁•═════

ଧନୁ
ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
✧═════•❁❀❁•═════

ମକର
ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
✧═════•❁❀❁•═════

କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

✧═════•❁❀❁•═════
ମୀନ
ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking