25.1 C
Bhubaneswar
Saturday, February 14, 2026
Homeଓଡିଶାଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ

ରାୟଗଡା: ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାକୁ ଗତିଶୀଳ କରିବା ସହିତ ପାର୍ଟିକୁ ଆହୁରି ମଜବୁତ କରିବା ପାଇଁ ଏଆଇସିସିର ପର୍ଯ୍ୟବେକ୍ଷକ ରିଜୱାନ ଅର୍ଶଧ ଜିଲ୍ଲାରେ ପହଞ୍ଚିଛନ୍ତି। ଆଜି ସ୍ଥାନୀୟ ଟାଉନହଲ୍‌ରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ସେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ଏବଂ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି। ଆୟୋଜିତ ସଭାରେ କେମିତି କଂଗ୍ରେସ ଦଳକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଶକ୍ତିଶାଳୀ କରାଯାଇପାରିବ ଓ ପୁରୁଣା କର୍ମୀ କିପରି ଦଳକୁ ଫେରିବେ ସେଥିପାଇଁ ମତାମତ ସଂଗ୍ରହ କରାଯାଇ ଥିଲା l ପର୍ଯ୍ୟବେକ୍ଷକ ଶ୍ରୀ ଅର୍ଶଧ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଗସ୍ତ କରି କର୍ମୀମାନଙ୍କ ସହିତ ଆଲୋଚନା କରିବେ ଓ ଅନ୍ତିମ ରିପୋର୍ଟ ଏଆଇସିସି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ।ଆଜିର ସଭାରେ ଓଡିଶା ଅଭଜର୍ଭର ଚିମାନ୍ୟ ସୁନ୍ଦର ଦାସ ଓ ଅଖିଳ ଭତରା, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହିତ ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା ଓ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking