25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବନ୍ୟା ପାଣିରେ ଉବୁଟୁବୁ ପଞ୍ଜାବ: ଆସନ୍ତା ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ବନ୍ୟା ପାଣିରେ ଉବୁଟୁବୁ ପଞ୍ଜାବ: ଆସନ୍ତା ୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ପଞ୍ଜାବ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବର୍ଷା ପାଣିରେ ଉବୁଟୁବୁ ଗାଁ, ସହର , ରାଜ୍ୟ । ତେବେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପଞ୍ଜାବର ସମସ୍ତ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୭ ଯାଏଁ ବନ୍ଦ ରହିବ । ଏନେଇ ପଞ୍ଜାବ ଶିକ୍ଷାମନ୍ତ୍ରୀ ସେପ୍ଟେମ୍ବର ୩ରେ ଗୋଷଣା କରିଛନ୍ତି । କହିଛନ୍ତି , ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ , କଲେଜ, ବିଶ୍ୱବିଦ୍ୟାଳୟ ୭ ଯାଏଁ ବନ୍ଦ ରହିବ । ପୂର୍ୱରୁ ଅଗଷ୍ଟ ୨୭ରୁ ୩୦ ଯାଏଁ ସ୍କୁଲ ବନ୍ଦ କରାଯାଇଥିଲା । ପରେ ସେପ୍ଟେମ୍ବର ୩ ଯାଏଁ ବୃଦ୍ଧି କରାଗଲା । ପଞ୍ଜାବରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ବିଏସଏଫ, ପଞ୍ଜାବ ପୋଲିସ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିରନ୍ତର ବର୍ଷା ଯୋଗୁଁ ଯମୁନା ସମେତ କିଛି ନଦୀର ଜଳସ୍ତର ବୃଦ୍ଧି ପାଇଛି, ଯାହା ଫଳରେ ହରିୟାଣା ଅଧିକାରୀମାନଙ୍କୁ ଯମୁନାନଗର ଜିଲ୍ଲାର ହାଥିନିକୁଣ୍ଡ ବ୍ୟାରେଜର ଗେଟ୍ ଖୋଲିବାକୁ ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking