କଟକ : ମହାନଦୀରେ ବୁଡି ନିଖୋଜ ସ୍କୁଲ ଛାତ୍ର । କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ବୁଡି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣଙ୍କ ହେଲେ ଶିଖରପୁର ଗଉଡ ସାହିର ପ୍ରଭୁଦତ୍ତ ସେନାପତି । ସୂଚନା ଅନୁସାରେ ମଙ୍ଗଳବାର ନଦୀରେ ଗୋଡ ଧୋଇବାକୁ ଯାଇଥିବା ବେଳେ ଛାତ୍ରଙ୍କର ଗୋଡ ଖସିଯାଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଚାଉଳିଆ ଗଞ୍ଜା ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଛାତ୍ରଙ୍କର କୌଣସି ଖବର ମିଳିପାରିନାହିଁ ।










