27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶମଝି ଆକାଶରେ ୨ବିମାନ ଧକ୍କା: ଜଣେ ମୃତ, ୩ ଗୁରୁତର

ମଝି ଆକାଶରେ ୨ବିମାନ ଧକ୍କା: ଜଣେ ମୃତ, ୩ ଗୁରୁତର

ନୂଆଦିଲ୍ଲୀ:  ଆମେରିକାର କଲୋରାଡୋର ଫୋର୍ଟ ମୋର୍ଗାନ  ମ୍ୟୁନିସିପାଲ ବିମାନବନ୍ଦରରେ  ଅବତରଣ କରିବା ସମୟରେ ଦୁଇଟି ବିମାନ  ମଝି ଆକାଶରେ ଧକ୍କା ହୋଇଥିଲା । ବିମାନରେ ମୋଟ ୪ ଜଣ ଥିଲେ । ବିମାନ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ତିନି ଜଣଙ୍କର ଅବସ୍ଥା ଗୁରୁତର ରହିଛି । ରବିବାର ଦିନ ଏଭଳି ଘଟଣା ହୋଇଥିବା ନେଇ  ଫେଡେରାଲ ଅଧିକାରୀ ଏବଂ ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ  ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।  ଏଫଏଏ ଏବଂ ଜାତୀୟ  ପରିବହନ ସୁରକ୍ଷା ବୋର୍ଡ  ଦୁର୍ଘଟଣାର କାରଣ ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking