ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଘୋଷଣା ହେଲା ୧୬ଟି ନୂଆ ଏନଏସି । ୧୬ ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବଲାଙ୍ଗିରର ଲୋଇସିଂହା ଓ ବରଗଡ଼ ଜିଲ୍ଲାର ସୋହେଲାକୁ ନୂଆ ଏନଏସି ଘୋଷଣା କରାଯାଇଛି । କଟକର ନରସିଂହପୁର, ସାଲେପୁର ଓ ବଡମ୍ବାକୁ ନୂଆ ଏନଏସି ଘୋଷଣା କରାଯାଇଛି । ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ପାତ୍ରପୁରକୁ ନୂଆ ଏନଏସି ଘୋଷଣା କରାଯାଇଛି । ଢେଙ୍କାନାଳର ଗଁଦିଆ ଓ ଯାଜପୁରର ଚଣ୍ଡିଖୋଲକୁ ନୂଆ ଏନଏସି ଘୋଷଣା କରାଯାଇଛି । ଏଥି ସହିତ କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁରକୁ ନୂଆ ଏନଏସି ଘୋଷଣା କରାଯାଇଛି ।









