21.1 C
Bhubaneswar
Saturday, December 6, 2025
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ଈଶ୍ୱର ମୋ’ର ପିତା ଅଟନ୍ତି ବୋଲି ଜାଣିବା, ମାନିବା ଏବଂ ହୃଦୟରେ ଅନୁଭବ କରିବା—ଏହା ହିଁ ହେଉଛି ଅଧିକାର ଭାବେ ଭାଗ୍ୟବିଧାତାଙ୍କ ସହିତ ପ୍ରକୃତ ସମ୍ପର୍କର ପରିଚୟ ll
ଘରୁ ଯେତେବେଳେ ବାହାରକୁ ଯାଉଛନ୍ତିସେତେବେଳେ ଆପଣଙ୍କ ଘରେ ବିରାଜିତ ପ୍ରଭୁଙ୍କ ସହିତ ମିଶି ତାଙ୍କୁ ନମନ କରି ବାହାରନ୍ତୁ ଏବଂ ଯେତେବେଳେ ଫେରି ଆସୁଛନ୍ତି ସେତେବେଳେ ବି ତାଙ୍କୁ ନିଶ୍ଚୟ ଭେଟି ପୁନଃ ପ୍ରଣିପାତ କରନ୍ତୁ, କାରଣ ସେ ମଧ୍ୟ ଆପଣଙ୍କ ଫେରିବା ଅପେକ୍ଷାରେ ଚାହିଁ ରହିଥାନ୍ତି। ତେଣୁ ଘରେ ଏକ ସୁନ୍ଦର ନିୟମର ପ୍ରଥା ପ୍ରତିଷ୍ଠା କରନ୍ତୁ ଯେ,—ଯେତେବେଳେ ଆପଣ ବାହାରକୁ ଗମନ କରିବେ, ପ୍ରଭୁଙ୍କୁ କୁହନ୍ତୁ “ହେ ଭଗବାନ! ଆପଣ ମୋ ସହିତ ପ୍ରତି ପାଦେ ପାଦେ ଚାଲନ୍ତୁ, ଆପଣଙ୍କୁ ମୋ ସହିତ ରହିବାକୁ ହେବ,।”
ଏଭଳି କହିକରି ବାହାରକୁ ଯାତ୍ରା ଆରମ୍ଭ କରନ୍ତୁ, କାରଣ ଆପଣ ଯେତେ ମୂଲ୍ୟବାନ ଘଣ୍ଟା ପିନ୍ଧନ୍ତୁ ନା କାହିଁକି, ସମୟ ତ କେବଳ ପ୍ରଭୁଙ୍କ ହାତରେ ଅଛି ନା….!!
“ଅନ୍ୟମାନଙ୍କର ଆଚରଣ ଯେପରି ମଧ୍ୟ ହୋଇଥାଉ ପରନ୍ତୁ ଆପଣଙ୍କ ପ୍ରତିକ୍ରିୟା ଦ୍ୱାରା ଆପଣଙ୍କର କର୍ମ ନିର୍ଦ୍ଧାରିତ ହୁଏ”
ଅନ୍ୟମାନଙ୍କର କର୍ମ ସେମାନଙ୍କ ସଂସ୍କାରର ଫଳ, କିନ୍ତୁ ଆମର ପ୍ରତିକ୍ରିୟା ଆମର କର୍ମକୁ ଆକାର ଦେଇଥାଏ। ପ୍ରତ୍ୟେକ ପରିସ୍ଥିତିରେ ସଂଯମ ଏବଂ ଶାନ୍ତିର ସହିତ ଉତ୍ତର ଦେବା ଦ୍ଵାରା ଏହା ଆମକୁ ଉତ୍ତମ ଭବିଷ୍ୟତ ଆଡ଼କୁ ନେଇଯାଏ। ଏହା ହିଁ ହେଉଛି ଆତ୍ମାର ପ୍ରକୃତ ଶକ୍ତି।
ରାସ୍ତାରେ ଚାଲି ଗଲାବେଳେ ତୁମ ବିଷୟରେ କେତେ ଲୋକ କେତେ କଥା କହନ୍ତି , ତୁମେ କଣ ସେଥିପାଇଁ ଚାଲିବା ଛାଡି ଦେଇଛ କି ? ନୁହଁ ନା ? ସେମିତି ଜୀବନ ରୂପକ ରାସ୍ତାରେ ଚାଲିଲା ବେଳେ ଲୋକେ ଅନେକ କଥା କହିବେ , ସେଥିପ୍ରତି ଧ୍ୟାନ ନଦେଇ ଆଗେଇ ଚାଲିବା ଆବଶ୍ୟକ । ଲୋକମାନଙ୍କର ଏଇଟା ତ ଗୋଟେ ଅଭ୍ୟସ , ଆମେ ଭଲ କଲେ ବି ଲୋକେ କହିବେ ଆଉ ଖରାପ କଲେ ବି କହିବେ !!”

“କାହାରି ରାଜମହଲ ପରି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ , ମଶାଣି ସମସ୍ତଙ୍କ ପାଇଁ ଏକା ପ୍ରକାର ହୋଇଥାଏ !!”

ଗର୍ବ କେଉଁ କଥାରେ କରୁଛି ବନ୍ଧୁ … ଆଜି ମାଟି ଉପରେ ଅଛ କାଲି ମାଟି ତଳେ କୁଲାଏ ପାଉଁଶ ହୋଇଯିବ !!”

ସୁଦାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ ମାଧବ .. !!”

“ସମ୍ପର୍କ କାହାକୁ କୁହାଯାଏ ..!!”
“ମାଧବ ହସିକରି ଉତ୍ତର ଦେଲେ .. ଯେଉଁଠି ସ୍ଵାର୍ଥ ଥାଏ ସେଠି ସମ୍ପର୍କ ନଥାଏ .. !!”

“ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ଵାର୍ଥ ନଥାଏ .. !!”

“ଅର୍ଥାତ- ବିନା ସ୍ବାର୍ଥରେ ବନ୍ଧାଯାଇଥିବା ଡୋରକୁ ହିଁ ସମ୍ପର୍କ କୁହାଯାଏ .. !!”

“ଭାଗ୍ୟର ପରିବର୍ତ୍ତନ ସମୟ ଅନୁସାରେ ହୋଇଥାଏ , କେତେବେଳେ କାହାର ଭାଗ୍ୟ କେଉଁଠି ବଦଳି ଯିବ ତାହା କହିବା ସମ୍ଭବ ନୁହେଁ ତେଣୁ ସମୟକୁ ଅପବ୍ୟବହାର କରନ୍ତି ନାହିଁ , ଯେଉଁ ସମୟରେ ଯାହା କରିବା ଆବଶ୍ୟକ ତାହା ଅବଶ୍ୟ କରନ୍ତୁ ! ଆପଣଙ୍କ ସମୟ ଭଲ ଥିଲେ ଗର୍ବ କରନ୍ତୁନି କି ଖରାପ ଥିଲେ ଦୁଃଖ କରନ୍ତୁନି !!”

“ଧନ , ସମ୍ପତ୍ତି ଆଉ ବୟସ ମନୁଷ୍ୟକୁ ବଡ଼ କରି ନ ଥାଏ ଅସଲ ବଡ଼ ଲୋକ ତ ସେ , ଯିଏ ଅନ୍ୟର ଖୁସିରେ ନିଜ ଖୁସି ଦେଖୁ ଥାଏ !!”

ଅଦ୍ୟ ଅଗଷ୍ଟ ମାସ ୩୦ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ରାତ୍ରି ଘ୧୦/୨୯ ଗତେ ଅଷ୍ଟମୀ
ନକ୍ଷତ୍ର- ବିଶାଖା ଦିବା ଘ୦୩/୦୫ ଗତେ ଅନୁରାଧା
ଚନ୍ଦ୍ର- ତୁଳା ଦିବା ଘ୦୮/୧୯ ଗତେ ଅନୁରାଧା
ଯୋଗ- ଇନ୍ଦ୍ର
କରଣ – ଗର
ସୌରମାସ- ସିଂହ ୧୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୮
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୨୯ ଗତେ ଐଶାନ୍ୟେ
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୭/୦୮ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୬/୦୩ ମଧ୍ୟେ
ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୪୮ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୩୩ଗତେ ଘ୧୨/୪୫ ମଧ୍ୟେ ଓ ରାତ୍ରି ଘ୦୮/୨୫ ଗତେ ଘ୧୦/୪୯ ମଧ୍ୟେ ଓ ରାତ୍ରି ଘ୧୨/୨୪ ଗତେ ଘ୦୨/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═════✧
*ଅଦ୍ୟ ତାଳ ଭକ୍ଷଣ ନିଷେଧ

ରାଶି ଫଳ ═════•❁❀❁•═════✧
ମେଷ
ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
✧═════•❁❀❁•═════
ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
✧═════•❁❀❁•═════
ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
═════•❁❀❁•═════
କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
✧═════•❁❀❁•═════
ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
✧═════•❁❀❁•═════
କନ୍ୟା
ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
═════•❁❀❁•═════
ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
✧═════•❁❀❁•═════
ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
✧═════•❁❀❁•═════
ଧନୁ
ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
✧═════•❁❀❁•════
ମକର
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
✧═════•❁❀❁•═════
କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
✧═════•❁❀❁•═════
ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking