16.1 C
Bhubaneswar
Thursday, February 5, 2026
Homeଓଡିଶାସୋଆ କୃଷି କଲେଜ ପକ୍ଷରୁ ଗାଜର ଘାସ ସଚେତନତା ସପ୍ତାହ ଉଦ୍‌ଯାପିତ

ସୋଆ କୃଷି କଲେଜ ପକ୍ଷରୁ ଗାଜର ଘାସ ସଚେତନତା ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ‘ଗାଜର ଘାସ ସଚେତନତା ସପ୍ତାହ’ ପାଳିତ ହୋଇଯାଇଛି। ପାର୍ଥେନିୟମ୍ ଭାବେ ପରିଚିତ ଏହି ଗାଜର ଘାସର ଅନିଷ୍ଟକାରୀ ପ୍ରଭାବ ଓ କୃଷି ପ୍ରତି ଏହା କିପରି କ୍ଷତିକାରକ ଏହି ବିଷୟରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ସପ୍ତାହ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର କ୍ଷେତ୍ର ବିଜ୍ଞାନ ଓ ଉଦ୍ଭିଦ ଶରୀରତତ୍ୱ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଯେଉଁଥିରେ ଉଦ୍ଭିଦ ଶରୀରତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଓ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟାନନ୍ଦ ଜେନା ଓ ବିଶେଷଜ୍ଞ ଶ୍ରୀ ବଳରାମ ସୁବୁଦ୍ଧି ବିଷୟ ଭିତିକ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ସମାପନ ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହାଛଡ଼ା ବିଶ୍ୱବିଦ୍ୟାଳୟର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ତରଫରୁ ୍ରଅଗଷ୍ଟ ୧୮ ତାରିଖରେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର ଠାରେ ଏକ ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ୧୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତା ଯୋଗ ଦେଇଥିଲେ। ସୋଆ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍‌ର ସଂପାଦକ ଶ୍ରୀ କ୍ଷେତ୍ରମୋହନ ଧଳ, ଡକ୍ଟର ଦୀପ୍ତନୁ ଦତ, ଡକ୍ଟର ମୁକେଶ କୁମାର ପାତ୍ର ଓ ଡକ୍ଟର ନେହା ପ୍ରଧାନ ଏଥିରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀମତି ରଶ୍ମିପ୍ରଭା ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅଗଷ୍ଟ ୧୯ ତାରିଖରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାଜର ଘାସ ସଚେତନତା ଆଧାରିତ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହା ଛଡ଼ା ଅଗଷ୍ଟ ୨୦ରେ ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାଣିକଟା ଓ ସିଙ୍ଗିର ଶାସନ ଗ୍ରାମରେ ଆଇଏଏସ୍‌ର ୪ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାଜର ଘାସ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ମନୋରଞ୍ଜନ ରାଉଳ ଓ ସ୍ଥାନୀୟ ସରପଂଚ ଶ୍ରୀ ଭଗବାନ ବେହେରା ଯୋଗ ଦେଇଥିଲେ। ଏଥିରେ ପ୍ରାୟ ୫୦ ଜଣ ଚାଷୀ ଯୋଗ ଦେଇଥିଲେ।
ଏହା ଛଡ଼ା ଏହି ସଭାରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ବାସୁଦେବ ବେହେରା, ଡକ୍ଟର ସରୋଜ କୁମାର ମହାନ୍ତି, ଡକ୍ଟର ଜଗମୋହନ ଲାଲ ଗୁଲାଟି, ଡକ୍ଟର ମନମୋହନ ମିଶ୍ର ଓ ଡକ୍ଟର ନାରାୟଣ ସାହୁ ପ୍ରମୁଖ ବକ୍ତଦ୍ୟ ରଖିଥିଲେ। ସହକାରୀ ଅଧ୍ୟାପକ ଡକ୍ଟର ସତ୍ୟନାରାୟଣ ଶତପଥୀ, ଡକ୍ଟର ସ୍ତୃତି ଦେବପ୍ରିୟା ବେହେରା, ଡକ୍ଟର ଜିତେନ୍ଦ୍ର କୁମାର ନାୟକ, ଡକ୍ଟର ବ୍ରଜ ବିହାରୀ ପାଣ୍ଡେ ଓ ଡକ୍ଟର ବିଶାଲ ବିନୟ ଭଟ୍ଟ ସଭାରେ ଗାଜର ଘାସ ବିଷୟରେ କୃଷକମାନଙ୍କ ସଂଶୟ ଦୂର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking