18.1 C
Bhubaneswar
Thursday, February 5, 2026
Homeଓଡିଶାଝରଣାରେ ବୁଡି ଗଲେ ୨ ଯୁବକ: ଜଣେ ମୃତ, ଜଣେ ନିଖୋଜ

ଝରଣାରେ ବୁଡି ଗଲେ ୨ ଯୁବକ: ଜଣେ ମୃତ, ଜଣେ ନିଖୋଜ

ଯାଜପୁର: ଝରଣାରେ ବୁଡିଗଲେ ଦୁଇ ଯୁବକ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ନିଖୋଜ ଥିବା ନେଇ ସୂଚନା ମିଳିଛି। ସୁକିନ୍ଦା ଥାନା କୋଇଲା ନିକଟ ଝରଣାରେ ବିଡିଯାଇ ଘଟିଛି ଅଘଟଣ। ମୃତକ ଜଣକ ଲେମ୍ବୋ କାଞ୍ଜିଆପାଳ ଗାଁର କ୍ଷୁଦ୍ରଚାଷୀ ପୁନିଆଁ ପ୍ରଧାନଙ୍କ ପୁଅ ଶମ୍ଭୁ ପ୍ରଧାନ(୨୨)। ୬ ଘଣ୍ଟା ଧରି ସେହି ସ୍ଥାନରୁ ନିଖୋଜ ଥିବା ଯୁବକ ଜଣକ ବନ୍ଧଗାଁ କୋଇଲ ଗାଁର ଇଂ ମାନସ ମହାନ୍ତ। ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ବୁଡି ଯାଇଥିବା ନେଇ ମିଳିଛି ସୂଚନା। ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି।

ସୂଚନା ଅନୁସାରେ, ଆଜି ସକାଳ ୧୦ଟା ସମୟରେ ୩ ସାଙ୍ଗ ଶମ୍ଭୁ, ମାନସ ଓ ନାବାଳକ ବୁତୁରୁ ମହାନ୍ତ ଏକାଠି ଏଠାକୁ ଗାଧୋଇବାକୁ ଆସିଥିଲେ। ଶମ୍ଭୁ ଓ ମାନସ ପ୍ରଥମେ ପାଣିକୁ ଡେଇଁଥିଲେ। ବିପଜ୍ଜନକ ପରିସ୍ଥିତିକୁ ଦେଖି ଶଂକାଗ୍ରସ୍ତ ବୁତୁରୁ ୨ ସାଙ୍ଗଙ୍କ ସୁରକ୍ଷିତ ଫେରିବାକୁ ଅପେକ୍ଷା କରିଥିଲେ। ହେଲେ ସାଙ୍ଗମାନେ ଗଣ୍ଡରୁ ନଉଠିବା ଦେଖି ବୁତୁରୁ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଫୋନ କରିଥିଲେ। ଅପରାହ୍ଣ ଗୋଟାଏ ସମୟରେ ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିକୂଳ ପରିସ୍ଥିତିରେ ଶମ୍ଭୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବାହିନୀର ସନ୍ଧାନୀ ଲୁହା ଉପକରଣ(କଙ୍କଡ଼ାଯନ୍ତ୍ର) ସେଠାରେ ପାହାଡ଼ ଖୋଲରେ ଲାଗି ହଜି ଯାଇଥିଲା। ଏଣୁ ପାର୍ଶ୍ବସ୍ଥ ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ସେହିପରି ସୁକିନ୍ଦା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking