କଟକ: କଟକ ସିଡିଏମଓ ଅଫିସ୍ର ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୨ଟି କୋଠା, ୧୯ଟି ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା। ତାଙ୍କ ବିରୁଦ୍ଧରେ ୧.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ହେରଫେର ହୋଇଥିବାର ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଦ୍ୱାରା ୯ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି କରାଯାଇଥିଲା।










