20.1 C
Bhubaneswar
Sunday, February 8, 2026
Homeଓଡିଶାଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଭୋଟଚୋରୀ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଭୋଟଚୋରୀ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ଛାତ୍ର କଂଗ୍ରେସ ନେତା, ଭୁବନେଶ୍ୱରର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଏକ ବୈଠକ ହୋଇଥିଲା । ନିର୍ଦ୍ଧାରିତ ସମୟରେ ନିର୍ବାଚନ ନ କଲେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ବୋଲି ସ୍ଥିର ହୋଇଥିଲା । ଏଥିସହ ପ୍ରତି କଲେଜ ଓ ୟୁନିଭର୍ସିଟି କ୍ୟାମ୍ପସରେ ଛାତ୍ରମାନଙ୍କ ସହ ସମ୍ପର୍କ ରଖାଯାଇ ସେମାନଙ୍କର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକ୍ରମ କରାଯିବା ସହିତ କ୍ୟାମ୍ପସ ପରିସରରେ ମହିଳାଙ୍କୁ ସୁରକ୍ଷା, ଶିକ୍ଷାନୁଷ୍ଠାନର ଉନ୍ନତିକରଣରେ ଦୁର୍ନୀତିକୁ ପ୍ରତିବାଦ, ଆଡମିସନ ଜାଲିଆତି ବିରୋଧରେ କାର୍ଯ୍ୟକ୍ରମ, ର‌୍ୟାଗିଂମୁକ୍ତ କ୍ୟାମ୍ପସ, ଶିକ୍ଷକ ଅଭାବର ଉତ୍କଟତା ଓ ନିମ୍ନତମ ଆବଶ୍ୟକତାର ଅଭାବ ଉପରେ ଧ୍ୟାନ ଦିଆଯିବ ବୋଲି ଆଲୋଚନା ହୋଇଥିଲା । ବିଶେଷକରି ପ୍ରାଇଭେଟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ ଅଭିଭାବମାନଙ୍କୁ ଶୋଷଣ ବିରୋଧରେ ଲଢ଼େଇ ହେବ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥପ୍ରତି ଉଦାସୀନ ରହିଥିବା ବିଜେପି ସରକାର ବିରୋଧରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ।

ମିଟିଂ ପରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ଭୋଟ ଚୋରୀ ବିରୋଧରେ ବିକ୍ଷୋଭ କରାଯାଇଥିଲା । ସେଠାରେ ନିର୍ବାଚନ କମିଶନର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର କୁଶପୁତଳିକ ଦାହ କରାଯାଇଥିଲା । ଦେଶ ଓ ରାଜ୍ୟର ସରକାର ଭୋଟ ଚୋରୀରୁ ଗଠିତ । ଏ ସରକାର ନିର୍ବାଚିତ ସରକାର ନୁହେଁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । ଲୋକ ସଭାର ବିରୋଧି ଦଳ ନେତାଙ୍କୁ ନିର୍ବାଚନ କମିଶନ ଏବଂ ବିଜେପି ଯେଉଁ ନାଲି ଆଖି ଦେଖାଉଛି ତାହାକୁ ଦେଶର ଜନସାଧାରଣ ସହ୍ୟ କରିବେ ନାହିଁ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମ୍ବିଧାନର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ଶୂନ ଠିକଣାରେ ଭୋଟର, ପିତାଙ୍କ ନାମ ଏବିସିଡିଇଏଫ ପ୍ରଭୃତି ଅନେକ ଭେଳିକି ବିହାରର ଭୋଟର ଲିଷ୍ଟରେ ଦେଖାଦେଇଛି । ୬୫ ଲକ୍ଷ ଭୋଟରଙ୍କୁ ବିହାର ନିର୍ବାଚନରେ ପ୍ରତାରଣା କରି ସୁଯୋଗ ନଦେବାକୁ ବିଜେପି ଓ ନିର୍ବାଚନ କମିଶନର ଭିତିରିଆ ଷଡଯନ୍ତ୍ର କରିଛନ୍ତି । ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଭୋଟ ଚୋରୀର ୫ଟି ପ୍ରକ୍ରିୟାକୁ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରି ନିର୍ବାଚନ କମିଶନରଙ୍କର କାରସାଦି ଲୋକଲୋଚନରେ ଧରା ପକାଇଛନ୍ତି । ସୁତରାଂ ଭୋଟଚୋରୀକୁ ବନ୍ଦ କରିବାପାଇଁ ଛାତ୍ର କଂଗ୍ରେସ ଜାରି ରଖିବ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ପ୍ରଭାରୀ କରଣ ତମସେତ୍ୱର ଉପସ୍ଥିତ ଥିବା ବେଳେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାହାରୁଖ ଖାନ ପରିଚାଳନା କରିଥିଲେ । ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମହମ୍ମଦ ଇମଦାଦ, ବିଶ୍ୱଭୂଷଣ ଦାସ, ଅଖିଳେଷ ଯାଦବ, ବିଶ୍ୱଭୂଷଣ ମହାପାତ୍ର, ସନ୍ଦୀପ ରାଉତରାୟ, ଆଶିଷ ମହାନ୍ତ, ସୌମ୍ୟରଞ୍ଜନ ବରାଳ, ଅଜୟ ଗଡ଼ନାୟକ, ବିଜୟ ସାହୁ, ଅମିୟ ନାୟକ, ଅମିତ ପଣ୍ଡା, ଆଦିତ୍ୟ ଅଂଶୁମାନ ପାତ୍ର, ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking