29.1 C
Bhubaneswar
Saturday, February 7, 2026
Homeଓଡିଶାଜଳବିଭାଜିକା ଯୋଜନାରେ ସର୍ବାଧିକ ପରିମାଣର ପାଣ୍ଠି ବ୍ୟବହାର କରିଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଜଳବିଭାଜିକା ଯୋଜନାରେ ସର୍ବାଧିକ ପରିମାଣର ପାଣ୍ଠି ବ୍ୟବହାର କରିଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଏବଂ ଜମ୍ମୁ କାଶ୍ମୀର, ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ଜଳବିଭାଜିକା-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅନୁମୋଦିତ ପାଣ୍ଠିର ୮୩% ବ୍ୟବହାର କରି ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଅଛି। ଏହି ପ୍ରକଳ୍ପର ଅବଧି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ ପ୍ରକଳ୍ପ ବ୍ୟୟ ₹ ୭୫୯.୨୭ କୋଟି ଟଙ୍କା ଏବଂ ଏଥିରେ କେନ୍ଦ୍ର ଏବଂ ରାଜ୍ୟ ଅଂଶ ୬୦:୪୦ ରହିଛି।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା ସମୟରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ WDC-PMKSY 2.0 ଅଧୀନରେ ଆବଣ୍ଟିତ ପାଣ୍ଠିର ସର୍ବୋତ୍ତମ ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ WDC-PMKSY 2.0 ଅଧୀନରେ ୭ଟି ଅତିରିକ୍ତ ପ୍ରକଳ୍ପ ମଞ୍ଜୁର କରାଯାଇଛି ଯାହାର ମୋଟ ପ୍ରକଳ୍ପ ବ୍ୟୟ ₹ ୮୨.୧୦ କୋଟି ଟଙ୍କା ହେବ ଏବଂ ଏହା ଦ୍ୱାରା ସମନ୍ୱିତ ଜଳଛାୟା ପରିଚାଳନା ମାଧ୍ୟମରେ ଜମିର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇପାରିବ। ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ସମୟରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking