18.1 C
Bhubaneswar
Saturday, December 6, 2025
Homeଓଡିଶା‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ୪ ସେମ୍ଟେମ୍ବରରେ ନିର୍ବାଚନ କାର୍ଯ୍ୟାଳୟ ଘେରାଉ

‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ୪ ସେମ୍ଟେମ୍ବରରେ ନିର୍ବାଚନ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲ୍ଲୁ ଚାରିଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଅନୁଷ୍ଠିତ ବିଭିନ୍ନ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ। ଉକ୍ତ ବୈଠକମାନଙ୍କରେ କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ନେଇ ଅନେକ ନିଷ୍ପତ୍ତି ନିଆଯାଇଛି । ରାଜନୈତିକ ବ୍ୟାପାର କମିଟି ବୈଠକରେ ‘ଭୋଟ ଚୋରି’ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ପର୍ଦାଫାଶକୁ ରାଜ୍ୟର ତୃଣମୂଳ ସ୍ତର ପର୍ଯ୍ୟନ୍ତ ନିଆଯିବ । ଆସନ୍ତା ୪ ସେପ୍ଟେମ୍ବର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନିକଟରେ ବିହାରର ‘ଭୋଟ ଚୋରି ରାଲି’ ପରି ଏକ ବଡ଼ ରାଲି ଓଡ଼ିଶାରେ ମଧ୍ୟ ରାଲି କରାଯିବ l ରାଜ୍ୟର କୋଣ ଅନୁକୋଣରୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେବା ସହ ଏଆଇସିସି ନେତା ଯୋଗଦେବେ ବୋଲି ଶ୍ରୀ ଲାଲ୍ଲୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚଦଣ ଦାସଙ୍କ ଅଧ୍ୟକ୍ଷତାରେ ନିମ୍ନମତେ ବିଭିନ୍ନ କମିଟି ଓ ଛାମୁଆ ସଙ୍ଗଠନଗୁଡ଼ିକର ବୈଠକ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁ, ସହ ପ୍ରଭାରୀ ଶାହନୱାଜ ଚୌଧୁରୀ, ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ରାମଚନ୍ଦ୍ର କାଡ଼ାମ୍, ଶ୍ରୀକାନ୍ତ ଜେନା, ଶରତ ରାଉତ, ପ୍ରସାଦ ହରିଚନ୍ଦନ,ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସାମାଜିକ ନ୍ୟାୟ କମିଟି ପକ୍ଷରୁ ଆଜି ସଂଗୃହୀତ ତଥ୍ୟ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଏହି ତଥ୍ୟ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ହିତ ଓ ସ୍ୱାର୍ଥ ସାଧନରେ ସହାୟକ ହେବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଥିଲେ ।

#ଦଳୀୟ ପ୍ରାର୍ଥୀଙ୍କ ବୈଠକ ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ମାସକୁ ଅନ୍ୟୁନ ୨୦ ଦିନ ରହି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ଭୋଟ ଜାଲିଆତି ସମ୍ପର୍କରେ ସଚେତନ କରିବେ । ସବିଶେଷ ତଥ୍ୟ ପିସିସିଙ୍କୁ ପ୍ରଦାନ କରିବେ । #ପିସିସି ପଦାଧିକାରୀ ବୈଠକ: ପିସିସି ପଦାଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ଲକ ସ୍ତରୀୟ ଏବଂ ବୁଥ ସ୍ତରୀୟ କମିଟି ଗଠନ କରିବା ସହ ଭୋଟ ଚୋରି ପ୍ରସଙ୍ଗକୁ ଘରେଘରେ ପହଞ୍ଚାବା ନେଇ ନକ୍ସା ପ୍ରଦାନ କରି ପିସିସି ସଭାପତିଙ୍କୁ ପ୍ରଦାନ କରିବ। #ଅନୁସୂଚିତ ଜାତି ବିଭାଗ ବୈଠକ ଅବହେଳିତ, ନିଷ୍ପେସିତ ଓ ଦଳିତ ବର୍ଗର ଉନ୍ନତି ସକାଶେ କଂଗ୍ରେସ ଦୃଷ୍ଟି ଦେଲେ କଂଗ୍ରେସ ଠାରୁ ଦୂରେଇଯାଇଥିବା ଅନୁସୂଚିତ ଜାତି ମତଦାତାମାନେ ପୁନର୍ବାର ଫେରିଆସିବେ। ବିଜେଡି ଓ ବିଜେପିର ଦଳିତ ମାରଣ ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ହେବ। ଦଳିତ ବହୁଳ ଅଞ୍ଚଳର ଜିଲ୍ଲା ପରିଷଦ ଜୋନ ସ୍ତରକୁ ଯାଇ ଦଳିତ ଲୋକଙ୍କ ଆସ୍ଥା ଭାଜନ ହୋଇ କଂଗ୍ରେସକୁ ଫେରାଇ ଅଣାଯିବ ବୋଲି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକ ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଛି।

#ସେବା ଦଳ ବୈଠକ ସେବାଦଳ କଂଗ୍ରେସର ଏକ ମୁଖ୍ୟ ଅଙ୍ଗ; ତାକୁ ସୁଦୃଢ କରିବା ପାଇଁ ଖୁବ ଶୀଘ୍ର ରାଜ୍ୟ ଓ ବ୍ଲକ ସ୍ତରୀୟ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବ । ପ୍ରତି ବ୍ଲକରୁ ଅନ୍ୟୁନ ୧୦ ଜଣଙ୍କୁ କଂଗ୍ରେସ କାର୍ଯ୍ୟରେ ନିୟୋଜିତ କରାଯିବ । ସେହିପରି ସମସ୍ତ କଂଗ୍ରେସ ପଦାଧିକାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବା ପାଇଁ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି #ମହିଳା କଂଗ୍ରେସ ବୈଠକ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯାତନାକୁ କିପରି ରୋକାଯାଇ ପାରିବ, ସେ ନେଇ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଚାରୋଟି ଜୋନ କରାଯିବ । ମହିଳାଙ୍କୁ ପ୍ରତ୍ୟେକ ଜୋନରେ ଦାୟିତ୍ୱ ପ୍ରଦାନ କରାଯାଇ ମହିଳା ଜିଲ୍ଲା ସଭାପତି ଚୟନ କରାଯିବ । ଜିଲ୍ଲା ସଭାପତି ଚୟନ ପରେ ଚାରୋଟି ଜୋନରେ ବିଶାଳ ମହିଳା ସମାବେଶ କରାଯିବା ପାଇଁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି।# ଯୁବ ଓ ଛାତ୍ର କଂଗ୍ରେସ କମିଟି ବୈଠକ ଭୋଟ ଚୋରି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରାଉ କାର୍ଯ୍ୟକ୍ରମକୁ ଜୋରଦାର କରିବ ଯୁବ କଂଗ୍ରେସ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଛାତ୍ର କଂଗ୍ରେସକୁ ସୁଦୃଢ କରାଯିବା ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

#ଅନୁସୂଚିତ ଜନଜାତି ବୈଠକ ଆସନ୍ତା ୬ ମାସର ରୋଡ଼ ମ୍ୟାପ ତିଆରି ହେବ । ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀଙ୍କୁ ଆନୁପାତିକ ସଂରକ୍ଷଣ, ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା ଏବଂ ବିସ୍ଥାପନ ବିରୁଦ୍ଧରେ ସମଗ୍ର ଆଦିବାସୀ ଅଞ୍ଚଳରେ ବ୍ୟାପକ ସଂଗ୍ରାମ କରାଯିବାକୁ ପିସିସି ଆଦିବାସୀ ବିଭାଗ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍କତ୍ତି ହୋଇଥିଲା। #ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ବୈଠକ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ବ୍ଲକ, ମଣ୍ଡଳ ଓ ପଞ୍ଚାୟତ କମିଟି ଗଠନ ପାଇଁ ଏ ଆଇ ସି ସି ପ୍ରଭାରୀ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଏବେଠୁ ଆରମ୍ଭ କରିବା ପାଇଁ କହିଥିଲେ । ପିସିସି ସଭାପତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମସ୍ୟା ଗୁଡ଼ିକୁ ନେଇ ଗଣ ଆନ୍ଦୋଳନ ଗଢିତୋଳିବାକୁ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking