30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶସ୍ୱାମୀର ପ୍ରାଇଭେଟ ପାର୍ଟ କାଟିଦେଲା ସ୍ତ୍ରୀ, କାହିଁକି ଜାଣନ୍ତୁ...

ସ୍ୱାମୀର ପ୍ରାଇଭେଟ ପାର୍ଟ କାଟିଦେଲା ସ୍ତ୍ରୀ, କାହିଁକି ଜାଣନ୍ତୁ…

ଝାରଖଣ୍ଡ: ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଜୀବନର ସବୁଠାରୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ଯେଉଁଥିରେ ଜଣେ ବନ୍ଧୁ ମିଳେ, ବିଶ୍ୱାସ, ଭଲପାଇବା, ସମ୍ମାନ ସବୁକିଛି ଭରପୁର ଥାଏ। ହେଲେ ବେଳେ ବେଳେ ଏହି ସମ୍ପର୍କରେ କିଛି ତିକ୍ତତା ଦେଖାଯାଏ। ହେଲେ କେବେ କେବେ ତିକ୍ତତା ଅତି ଭୟଙ୍କର ରୂପ ନିଏ। ଯାହା ସୀମା ପାର କରିଯାଏ। ଏଭଳି ଏକ ଘଟଣା ଝାରଖଣ୍ଡର ଲୋହରଦଙ୍ଗା ଜିଲ୍ଲାରୁ ଆସିଛି। ଏଠାରେ ପାରିବାରିକ ବିବାଦ ଏତେ ବଢ଼ିଯାଇଥିଲା ସେ ସ୍ୱାମୀ ରାଗରେ ସ୍ତ୍ରୀକୁ ଚାପୁଡ଼ା ମାରିଥିଲା। ଯେଉଁ ଚାପୁଡ଼ାରେ ସ୍ତ୍ରୀର ରକ୍ତ ହୋଇଯାଇଥିଲା ଗରମ। ମଣିଷ ପଣିଆର ସବୁ ସମୀରା ପାର କରିଥିଲା ସ୍ତ୍ରୀ। ରାଗ ଏତେ ଚଢ଼ିଥିଲା ଯେ ସ୍ତ୍ରୀ ଚଣ୍ଡିରୂପ ଧାରଣ କରିଥିଲା।

ଧାରୁଆ ଅସ୍ତ୍ରରେ ସ୍ତ୍ରୀର ସ୍ୱାମୀର ପ୍ରାଇଭେଟ ପାର୍ଟରେରେ ଚୋଟ ମାରି କାଟି ଦେଇଥିଲା ଗୁପ୍ତାଙ୍ଗ। ଘଟଣାକୁ ଯିଏ ଶୁଣିଲା ହକାବକା ହୋଇଯାଇଥିଲା। ଏହିପରି ଘରୋଇ ହିଂସାର ଏପରି ପରିଣାମ ଶୁଣି ଗାଁ ଲୋକ ମଧ୍ୟ ଚମକି ପଡ଼ିଥିଲେ। ଏହି ଘଟଣା ଲୋହରଦଙ୍ଗା ଜିଲ୍ଲାର ସଦର ଥାନା କ୍ଷେତ୍ର ଅନ୍ତର୍ଗତ ଜୁରିଆ ଗାଁରେ ଘଟିଥିଳା। ରବିବାର ଦିନ ସନ୍ଧ୍ୟାରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଜୋରସୋରରେ ପାଟିତୁଣ୍ଡ ଲାଗିଥିଲା। ପାଟିତୁଣ୍ଡ ବଢ଼ି ହିଂସାରେ ପରିଣତ ହୋଇଥିଲା। ସ୍ୱାମୀ ସ୍ତ୍ରୀକୁ ରାଗରେ ଚାପୁଡ଼ା ମାରିଥିଲା। ଯାହା ପରେ ରାଗିଯାଇଥିଲା ସ୍ତ୍ରୀ। ସ୍ୱାମୀର ଚାପୁଡ଼ାରେ ସ୍ତ୍ରୀର ହୋଇଯାଇଥିଲା ରକ୍ତ ଗରମ। ଧାରୁଆ ଅସ୍ତ୍ର ଘର ଆଣି ସ୍ୱାମୀର ଗୁପ୍ତାଙ୍ଗରେ ଚୋଟ ମାରି କାଟିଦେଇଥିଲା ସ୍ତ୍ରୀ। ସ୍ୱାମୀକୁ ଗାଁଲୋକଙ୍କ ଦ୍ୱାରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାମୀର ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ରାଞ୍ଚି ରେଫର କରାଯାଇଥିଲା। ହେଲେ ଘଟଣାକୁ ନେଇ ଥାନାରେ କୌଣସି ମାମଲା ଦାୟର ହୋଇନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking