ସମ୍ବଲପୁର : ପୁଣି ଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁଯୁମୁରା ଥାନାରେ ଅଭିଯୋଗ ହୋଇଛି । ଏନେଇ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ବେଳେ ୪ ଜଣଙ୍କୁ ପୁଲିସ ଉଠାଇନେଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ବେଳେ ୪ ଜଣଙ୍କୁ ପୁଲିସ ଉଠାଇନେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।










