ଭୁବନେଶ୍ୱର: ଫାର୍ମା ହବ ହେବ ଓଡିଶା । ଆଗାମୀ ଦିନରେ ଦେଶର ଫାର୍ମା ହବ ହେବ ଓଡିଶା । ଏକ ଫାର୍ମା କନକ୍ଲେଭ କରିବାକୁ ଯାଉଛନ୍ତି ସରକାର । ଦେଶ ବିଦେଶର ପ୍ରମୁଖ ଫାର୍ମା କମ୍ପାନୀ ଆସିବେ । ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗଭର ହେବେ । ଏହା ଦ୍ୱାରା ଆଗାମୀ ଦିନରେ ଓଡିଶା ଦେଶର ଫାର୍ମା ହବ ହୋଇପାରିବ । ଏହି କ୍ଷେତ୍ରରେ ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ।










