25.1 C
Bhubaneswar
Saturday, February 14, 2026
Homeଓଡିଶାଇତିହାସକୁ ଭୁଲିବା ନାହିଁ, ସେଥିରୁ ଶିଖିବା ଦରକାର: ମୁଖ୍ୟମନ୍ତ୍ରୀ

ଇତିହାସକୁ ଭୁଲିବା ନାହିଁ, ସେଥିରୁ ଶିଖିବା ଦରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତିଦିନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ବିଭାଜନ ଆମକୁ ଯେତିକି କଷ୍ଟ ଦେଇଛି, ତାଠାରୁ ଅଧିକ ଜୀବନ ସଂଗ୍ରାମ ପାଇଁ ଶିକ୍ଷା ଦେଇଛି। ସାମ୍ପ୍ରଦାୟିକ ବିଦ୍ୱେଷର ବିଭୀଷିକା ଦେଶକୁ ଥରାଇଦେଇଥିଲା ସତ କିନ୍ତୁ, ଭାରତୀୟ ଜାତୀୟତା ହାର୍ ମାନିନଥିଲା। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତର ବିଭାଜନ କେବଳ ଏକ ଭୌଗୋଳିକ ଘଟଣା ନୁହେଁ, ଏହା ଏକ ମାନବିକ ବିପର୍ଯ୍ୟୟ” । ଏଥିସହିତ ସେ ଦେଶ ଓ ରାଜ୍ୟର ନୂଆପିଢ଼ିଙ୍କୁ ଆହ୍ୱାନ କରିଛନ୍ତି ଯେ, ଇତିହାସକୁ ମନେ ରଖି ତା’ରୁ ଶିଖିବା ଦ୍ୱାରା ଭବିଷ୍ୟତ ରାସ୍ତା ସଠିକ ଭାବରେ ଚାଲିବା ଯୋଗ୍ୟ ହୁଅନ୍ତୁ।

ସେ କହିଛନ୍ତି ଯେ ଇତିହାସ ହେଉଛି ଏକ ଆଇନା, ଯାହା ଆମେ ଦେଖିବା ଓ ଶିଖିବା ଦ୍ୱାରା ଭବିଷ୍ୟତ ତ୍ରୁଟି ରୋକିପାରିବା। ବିଭାଜନ ଦିନର ଏକ ଦୁଃଖମୟ ସତ୍ୟ । ଏଣୁ, ଇତିହାସକୁ ଭୁଲିବା ନାହିଁ, ସେଠାରୁ ଶିଖିବା ଦରକାର। ନୂଆ ଭାରତର ନୂଆପିଢ଼ି ଇତିହାସର ସତ୍ୟକୁ ବୁଝି ଦେଶର ସାର୍ବଭୌମତା, ସଂସ୍କୃତି ଓ ଏକତା ରକ୍ଷାପାଇଁ ସଦା ପ୍ରସ୍ତୁତ ରହିବା ଆବଶ୍ୟକ। ଭାରତର ପୌରାଣିକ ଏବଂ ଐତିହାସିକ ଆଧାରରେ ତିଆରି ହୋଇଥିବା ସଂସ୍କୃତି ହିଁ ଦେଶର ରାଷ୍ଟ୍ରୀୟ ଚିନ୍ତନ ଓ ଅସ୍ତିତ୍ୱର ଭିତ୍ତି, ସେଥିପାଇଁ ଏହାକୁ ରକ୍ଷା କରିବା ଲାଗି ନୂଆପିଢ଼ି ପ୍ରସ୍ତୁତ ହେଉ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ ଭବନ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନରେ ଯୋଗଦେଇ କହିଥିଲେ ଯେ ସୀମା ମାନଚିତ୍ରରେ ବଦଳିପାରେ, କିନ୍ତୁ ହୃଦୟର ଏକତାକୁ ଭାଙ୍ଗି ପାରିବ ନାହିଁ। ଭାରତୀୟ ସର୍ବଦା ଭାଇଚାରା, ପ୍ରେମ ଓ ସମ୍ମାନକୁ ସର୍ବୋପରି ରଖିଥାନ୍ତି। ଏଣୁ, ଆମକୁ କୌଣସି ବାହ୍ୟ ଶକ୍ତି ପରାସ୍ତ କରିପାରିବ ନାହିଁ। କାର୍ଯ୍ୟକ୍ରମରେ ସମିତିର ବିଶିଷ୍ଟ ପ୍ରଚାରକ ଶ୍ରୀ ସରୋଜ କୁମାର ମିତ୍ର, ବୈଦିକ ବିଶ୍ୱବିଦ୍ୟାଳୟ, ତାମିଲନାଡୁର କୁଳପତି, ପ୍ରଫେସର ଡକ୍ଟର ହରିହର କାନୁନ୍‌ଗୋ, ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର ରାଷ୍ଟ୍ରୀୟ ସମ୍ପର୍କ ପ୍ରମୁଖ, ଶ୍ରୀଯୁକ୍ତ କମଳେଶ ଦାଶ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବର ପ୍ରାନ୍ତ କାର୍ଯ୍ୟବାହ, ଡକ୍ଟର ଅନିଲ କୁମାର ମିଶ୍ର, ଭାରତୀୟ ଇତିହାସ ସଂକଳନ ସମିତି, ଓଡିଶା ପୂର୍ବର ଅଧ୍ୟକ୍ଷ, ପ୍ରାଧ୍ୟାପକ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking