14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆରମ୍ଭ ହେଲା ଭାରତ ଓ ପାକିସ୍ତାନର ନୌସମରାଭ୍ୟାସ

ଆରମ୍ଭ ହେଲା ଭାରତ ଓ ପାକିସ୍ତାନର ନୌସମରାଭ୍ୟାସ

ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ପାକିସ୍ତାନ ସୋମବାର ଠାରୁ ଆରବ ସାଗରରର ନିଜ ନିଜ କ୍ଷେତ୍ରରେ ଅଲଗା ଅଲଗା ନୌସମରାଭ୍ୟାସ ଆରମ୍ଭ କରିଛନ୍ତି । ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଦୁଇ ବିରୋଧୀ ଶକ୍ତିର ନୌସମରାଭ୍ୟାସକୁ ନେଇ ସମଗ୍ର ବିଶ୍ୱ ସତର୍କ ହୋଇଉଠିଛି । ସମରାଭ୍ୟାସ ଲାଗି ଉଭୟ ଦେଶ ନିଜ ନିଜ ନୌସେନାକୁ ନୋଟିସ୍ ଟୁ ଏୟାରମ୍ୟାନ (ନୋଟାମ୍‌) ଜାରି କରିଛନ୍ତି । ସମରାଭ୍ୟାସ ହେବାକୁ ଥିବା ଅଞ୍ଚଳରେ ଆକାଶ ମାର୍ଗରେ ବିମାନ ଚଳାଚଳ ବନ୍ଦ କରିବା ଲାଗି ଏୟାରଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ନୋଟାମ ଜାରି କରାଯାଇଛି ।

“ଭାରତୀୟ ନୌସେନା କ୍ରମାଗତ ୨ ଦିନ ଧରି (ସୋମବାର ଏବଂ ମଙ୍ଗଳବାର) ଗୁଜରାଟର ପୋରବନ୍ଦର ଓ ଓଖା ଉପକୂଳରେ ଅଭ୍ୟାସ କରିବ । ସେହିପରି ପାକିସ୍ତାନ ନୌସେନା ମଧ୍ୟ ନିଜ ଜଳସୀମାରେ ନିଜ ସମରାଭ୍ୟାସ କରିବ । ଅପରେସନ୍ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ସମୟରେ ସମରାଭ୍ୟାସ କରିବାକୁ ଯାଉଥିବାରୁ ଏହାକୁ ନେଇ ଉଭୟ ଦେଶର ଅନ୍ୟ ସେନାବାହିନୀଗୁଡ଼ିକ ମଧ୍ୟ ସତର୍କ ରହିଛନ୍ତି । ଅନ୍ୟପକ୍ଷେ ଏହି ସମରାଭ୍ୟାସ ଦୁଇ ଦେଶ ମଧ୍ୟରେ ରଣନୈତିକ ଶକ୍ତି ପ୍ରଦର୍ଶନର ଏକ ଅଂଶ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଉଭୟ ନୌସେନା ନିଜ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ସାମୁଦ୍ରିକ ସୀମାରେ ସତର୍କତା ବଜାୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking