16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଶେଷ ନିଶ୍ବାସ ନେଲେ ବୃଦ୍ଧା, ରାସ୍ତା କଡ଼ରେ ମରିବାକୁ ଛାଡ଼ି ଦେଇଥିଲା ପରିବାର

ଶେଷ ନିଶ୍ବାସ ନେଲେ ବୃଦ୍ଧା, ରାସ୍ତା କଡ଼ରେ ମରିବାକୁ ଛାଡ଼ି ଦେଇଥିଲା ପରିବାର

ଅଯୋଧ୍ୟା: ଅଯୋଧ୍ୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବୃଦ୍ଧ ମହିଳାଙ୍କୁ ପରିବାରର କିଛି ଲୋକ ନେଇ ରାସ୍ତାକଡ଼ରେ ମୃତ୍ୟୁମୁଖରେ ଛାଡ଼ି ଆସିଛନ୍ତି । ଏହି ଘଟଣାଟି ସ୍ଥାନୀୟ ସିସିଟିଭିରେ କଏଦ ହୋଇଛି । ଏହି ଅମାନୁଷିକ ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସିସିଟିଭିରେ ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜଣେ ବୟସ୍କ ମହିଳାଙ୍କୁ ତିନିଜଣ ଲୋକ ରାତି ଅନ୍ଧକାରର ସୁଯୋଗ ନେଇ ରାସ୍ତାକଡ଼ରେ ଛାଡି଼ ଚାଲିଯାଉଛନ୍ତି ।

ସେମାନେ ବୃଦ୍ଧାଙ୍କୁ ଏକ ଇ-ରିକ୍ସା ମାଧ୍ୟମରେ ଆଣିଥିଲେ । ବୃଦ୍ଧାଙ୍କୁ ପରଦିନ ସକାଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଦର୍ଶନ ନଗର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୃଦ୍ଧାଜଣକ ଚିକିତ୍ସାଳୟରେ ଶେଷ ନିଶ୍ବାସ ନେଇଛନ୍ତି । ଘଟଣାଟି ଗତରାତି ଅଯୋଧ୍ୟା-କୋଟୱାଲି ପୋଲିସ ଷ୍ଟେସନ ଅନ୍ତର୍ଗତ କିଶନପୁର ଅଞ୍ଚଳରେ ଘଟିଛି । ରାତିପ୍ରାୟ ୧ଟା ସମୟରେ ଦୁଇଜଣ ସ୍ତ୍ରୀ ଲୋକ ଓ ଜଣେ ପୁରୁଷ ଲୋକ ଜଣେ ବୃଦ୍ଧାଙ୍କୁ ଅଟୋ ରିକ୍ସା ମାଧ୍ୟମରେ ଦର୍ଶନ ନଗର ପୋଲିସ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳକୁ ନେଇଯାଉଥିବାର ଦେଖିବାକୁ ମିଲିଛି । ସେମାନେ ଗାଡିରୁ ବାହାରି ବୃଦ୍ଧା ମହିଳାଙ୍କୁ ରାସ୍ତାକଡ଼ରେ ଶୁଆଇ ତୁରନ୍ତ ସେ ସ୍ଥାନରୁ ଚାଲିଯାଇଥିଲେ । ସେମାନେ ମହିଳାଙ୍କ ମୁହଁ ଉପରେ ଏକ କମ୍ବଳ ଘୋଡାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣେ ମହିଳା ପଛକୁ ଫେରି ବୃଦ୍ଧା ମହିଳାଙ୍କ ମୁହଁକୁ ଭଲ ରୁପେ ଦେଖି ସେଠାରୁ ଚାଲିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking