31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା, ସ୍ୱାମୀକୁ ଚାପୁଡ଼ା ମାରିଲା ସ୍ତ୍ରୀ

ରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା, ସ୍ୱାମୀକୁ ଚାପୁଡ଼ା ମାରିଲା ସ୍ତ୍ରୀ

ଉତ୍ତରପ୍ରଦେଶ: ରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା। ସ୍ୱାମୀଙ୍କୁ ୧୫ ଥର ଚାପୁଡ଼ା ମାରିଲା ସ୍ତ୍ରୀ। ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କ ନିର‌୍ୟାତନା ଦେଖି ସ୍ତ୍ରୀ ତାଙ୍କୁ ରାସ୍ତା ମଝିରେ ନିଷ୍ଠୁର ଭାବରେ ପିଟିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି। ଲଳିତପୁରର କୋତୱାଲି ସଦର ଅଞ୍ଚଳର ଏଲିଟ୍ କ୍ରସିଂ ନିକଟରେ ଜଣେ ମହିଳାଙ୍କ ରାଗ ସବୁ ସୀମା ପାର କରିଯାଇଥିଲା ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କ ମୋବାଇଲ୍ ଫୋନ୍ ଭାଙ୍ଗି ଦେଲେ। ତା’ପରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ସେହି ରୋଡ଼ ମଝିରେ ୧୦ ମିନିଟ୍ ମଧ୍ୟରେ ୧୫ ଥରରୁ ଅଧିକ ଚାପୁଡ଼ା ମାରିଥିଲେ। ଏହି ସମୟରେ ପୋଲିସ ମହିଳାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ତାଙ୍କୁ କେହି ନିୟନ୍ତ୍ରଣ କରିପାରିଲେ ନାହିଁ। ସେ କ୍ରୋଧରେ ବହୁତ ସମୟ ପର‌୍ୟ୍ୟନ୍ତ ତାଙ୍କ ସ୍ୱାମୀଙ୍କ ଚୁଟି ଭିଡ଼ି ମାଡ଼ ମାରିଚାଲିଲେ। ଏହି ଘଟଣାକୁ ନେଇ ମହିଳା ଜଣଙ୍କ କହିଛନ୍ତି, ତାଙ୍କର ସେହି ଯୁବକଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ସେ ସାଧାରଣ ଜାତିର ହୋଇଥିବାବେଳେ ତାଙ୍କ ସ୍ୱାମୀ ଆଦିବାସୀ ସମ୍ପ୍ରଦାୟର। ସେ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହିତ ଗ୍ୱାଲିୟର ଏବଂ ଇନ୍ଦୋର ଯାଇଥିଲେ, ଯେଉଁଠାରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରିଥିଲେ। ଖାଲି ସେତିକି ନୁହେଁ, ସେ ତାଙ୍କୁ ଜୋରଜବରଦସ୍ତ ମଦ୍ୟପାନ ମଧ୍ୟ କରାଇଥିଲେ। କୌଣସି କଥାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ମହିଳାଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ସ୍ୱାମୀ ଭାଙ୍ଗି ଦେଇଥିଲେ। ଏଥିରେ ରାଗିଯାଇ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସଦର କୋତୱାଲି ପ୍ରଭାରୀ ଅନୁରାଗ ଅବସ୍ଥି କହିଛନ୍ତି ଯେ, କୌଣସି ପକ୍ଷରୁ ଅଭିଯୋଗ ଆସିନାହିଁ। ଅଭିଯୋଗ ପାଇବା ପରେ ମାମଲାରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking