ବଲାଙ୍ଗିର: ବଲାଙ୍ଗିରରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । କୁକୁର କାମୁଡିରେ ଗୁରୁତର ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି । ବୁର୍ଲା ମାଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ୨ ଜଣ ତୁଷୁରା ଥାନା ଚଞ୍ଚେଡ ଗାଁର ବାସିନ୍ଦା । ଗତ ୨୩ ତାରିଖରେ କୁକୁର କାମୁଡିବାରେ ଦୁହେଁ ଗୁରୁତର ହୋଇଥିଲେ । ଘଟଣା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।










