ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ଘନ ଘନ ଖୋଳତାଡ଼। ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ବଖାଣୁଛନ୍ତି, ମୃତ୍ୟୁ ପଛର ରହସ୍ୟ। ଆଜି ଚେନ୍ନାଇରୁ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ କେନ୍ଦ୍ରାପଡ଼ା ପୁଲିସ ଧରି ଆଣି ଅଜ୍ଞାତ ସ୍ଥାନରେ ତଥ୍ୟ ଉଗାରୁଛି। ଏପରିକି ମୃତ ଛାତ୍ରୀଙ୍କ ବାପା, ମା’ ଏବଂ ଭାଇଙ୍କୁ କେନ୍ଦ୍ରାପଡ଼ା ଏସପି ଜେରା କରିଛନ୍ତି। ତାହାରି ଭିତରେ ନୂଆ ନୂଆ ଥିଓରୀ ବି ସାମ୍ନାକୁ ଆସିଥିବାବେଳେ ବୟଫ୍ରେଣ୍ଡଙ୍କ ମା’ ଓ ଭଉଣୀ ସଂଗୀନ ଅଭିଯୋଗ, ସଂପୃକ୍ତ ଯୁବତୀଙ୍କୁ ତାଙ୍କ ବାପା ହିଁ ହତ୍ୟା କରିଛନ୍ତି। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ନିଜେ ମାମଲାର ପ୍ରତ୍ୟକ୍ଷ ତତ୍ୱାବଧାନ କରୁଛନ୍ତି। ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ଗଠିତ ପୁଲିସ ଟିମ୍ ମାମଲାର ତଦନ୍ତ କରୁଛନ୍ତି । ପ୍ରେମିକ ବ୍ଲାକମେଲ୍ରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ମୃତା କଲେଜ ଛାତ୍ରୀ ପି ଡି ସଂଗୀତାଙ୍କ ବାପା ଶଶିକାନ୍ତ ପରିଡା ବୟାନ ଦେଇଥିଲେ। ତାଙ୍କ ବାପାଙ୍କ ବୟାନକୁ ଆଧାର କରି ଏସ୍ପି ନିର୍ଦ୍ଦେଶରେ ପେୁଲିସ ଟିମ୍ ସୁଦୂର ତାମିଲନାଡୁ ଯାଇ ମୃତା ଛାତ୍ରୀଙ୍କ ପ୍ରେମିକ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ତେରୋହୀ ଗ୍ରାମର ଗଣେଶ୍ୱର ବେହେରାଙ୍କ ପୁଅ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଧରି ଆଣି ଓଡିଶା ଫେରିଛନ୍ତି। ଗତକାଲି ମୃତା ଛାତ୍ରୀଙ୍କ କଟକରେ ଶବ ବ୍ୟବଛେଦ ପରେ ସନ୍ଧ୍ୟାରେ ମରଶରୀର କାଠିଆପଡା ଗ୍ରାମରେ ପହଞ୍ôଚବା ପରେ ଗ୍ରାମ ସ୍ମଶାନରେ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତା ଛାତ୍ରୀଙ୍କ ଶେଷକୃତ୍ୟ ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଏସ୍ପି ଓ ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ପୁଲିସ ଓ ସାଇଣ୍ଟ୍ଫିକ୍ ଟିମ ସହିତ କାଠିଆପଡା ଗ୍ରାମରେ ଥିବା ମୃତାଛାତ୍ରୀଙ୍କ ଘରେ ପହଞ୍ôଚ ଛାତ୍ରୀ ନିଆଁରେ ପୋଡି ହୋଇ ମରିଥିବା ଘର ଛାତ ଉପରକୁ ଯାଇ ମୃତ୍ୟୁର କାରଣ ଓ ପାରିପାର୍ଶ୍ୱିକ ଅବସ୍ଥା ନିରୀକ୍ଷଣ କରିଥିଲେ। ପୁଲିସ ତାଙ୍କ ପରିବାର ଲୋକମାନଙ୍କ ସହିତ ଗ୍ରାମବାସୀ ଓ ସାହିପଡ଼ିଶାଙ୍କ ମତାମତ ସଂଗ୍ରହ କରୁଛି। ଖୁବ୍ଶୀଘ୍ର ଛାତ୍ରୀ ଆତ୍ମଦାହ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଏସ୍ପି ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିବ । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବିଲିକଣା ପଞ୍ଚାୟତ ତେରୋହୀ ଗ୍ରାମରେ ଥିବା ମୃତା ଛାତ୍ରୀଙ୍କ ପ୍ରେମିକ ପ୍ରମୋଦ ବେହେରାଙ୍କ ବାପା ଗଣେଶ୍ୱର ବେହେରା ମା ଓ ଭଉଣୀ ତଥା ଗ୍ରାମବାସୀ ଏହି ମାମଲାରେ ନିରୀହ ପ୍ରମୋଦଙ୍କୁ ମୃତା ଛାତ୍ରୀଙ୍କ ପରିବାର ଲୋକମାନେ ଫସାଇ ଦେଇଛନ୍ତି। ପ୍ରମୋଦ ସଂପୂର୍ଣ୍ଣ ନିରୀହ। ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ। ଛାତ୍ରୀଙ୍କ ଆତ୍ମଦାହ ଓ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକମାନେ ଦାୟୀ ବୋଲି ପ୍ରେମିକଙ୍କ ପରିବାର ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ତଥା ପୋଲିସ ପ୍ରଶାସନ ଉପଯୁକ୍ତ ତଦନ୍ତ କରି ଛାତ୍ରୀ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ମୃତା ଛାତ୍ରୀଙ୍କ ପ୍ରେମିକଙ୍କ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।










