21.1 C
Bhubaneswar
Saturday, December 6, 2025
Homeଓଡିଶାସପ୍ତାହରେ ଦିନଟେ ହସ୍ତତନ୍ତ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ସପ୍ତାହରେ ଦିନଟେ ହସ୍ତତନ୍ତ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସରେ  ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ସପ୍ତାହର ଗୋଟିଏ ଦିନ ଓଡିଶାର  ହସ୍ତତନ୍ତ ପରିଧାନ ପାଇଁ  ଅପିଲ କରାଯାଇଛି ।  ଅଧିକରୁ ଅଧିକ ସ୍ୱଦେଶୀ ସାମଗ୍ରୀ  ବ୍ୟବହାର କରନ୍ତୁ  । ଓଡିଶାର ୬ଟି ସ୍ଥାନରେ  ହେବ ଟେକ୍ସଟାଇଲ ପାର୍କ । ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ । ଏହା ଆମର ଗର୍ୱ ।  ୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି ।  ବୁଣାକାରଙ୍କ  ସାମାଜିକ , ଆର୍ଥିକ ବିକାଶ ପାଇଁ  ଆମେ ଚେଷ୍ଟା କରୁଛୁ ।  ସୂଚନାଥାଉକି, ଆଜି ଜନତା ମଇଦାନରେ ‘ଏକ୍‌ତା ‘ ଜାତୀୟ ହସ୍ତତନ୍ତ ଦିବସରେ ଓଡିଶାରେ ସ୍ୱତନ୍ତ୍ର  କାଯ୍ୟକ୍ରମ  ଅନୁଷ୍ଠିତ ହୋଇଛି । ଜନତା ମୈଦାନରେ ଏକତା ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷୀତ । ସ୍ୱତନ୍ତ୍ର ଅଭିନେତ୍ରୀ ଭାବେ ଯୋଗ ଦେଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ  ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking