ଭୁବନେଶ୍ୱର: ସକାଳେ ଉଠିବା ମାତ୍ରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଗୋଟିଏ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁ ଏବଂ ଗୋଟିଏ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ପେଟ ସଫା ରହିଥାଏ । ପାଚନ ଏନଜାଇମ ଗୁଡିକୁ ସକ୍ରିୟ କରିଥାଏ, ଏସିଡିଟି ମୁକ୍ତି ଦେଇଥାଏ ଏବଂ ଚର୍ମକୁ ଉଜ୍ୱଳ କରିଥାଏ । ଗରମ ପାଣିରେ ଗୋଟିଏ ଚାମଚ ଦେଶୀ ଘିଅ ମିଶାଇ ପିଇବା ଦ୍ୱାରା ଅନ୍ତନଳୀ ସଫା ହୁଏ । ଗରମ ପାଣିରେ ପାନମହୁରୀ କିମ୍ବା ଜିରା ଫୁଟାଇ ଛାଣି ପିଅନ୍ତୁ । ଏହି ଦୁଇଟି ମସଲା ପାଚନ ଶକ୍ତି ଉନ୍ନତ କରେ । ବାତ ଓ ପିତ୍ତ କୁ ସନ୍ତୁଳିତ କରେ । ଖାଲି ପାଣି ପିଇବା ନିଶ୍ଚିତ ଭାବରେ ଲାଭଦାୟକ ଏହି ଘରୋଇ ଉପଚାରଗୁଡିକ କେବଳ ସହଜ ନୁହେଁ । ବରଂ ଶରୀରକୁ ସୁସ୍ଥ ଏବଂ ଭିତରୁ ହାଲୁକା ଅନୁଭବ କରିବେ ।









