ପୁରୀ: ବଳଙ୍ଗା ପୀଡିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହେଲା । ବାୟାବର ଗାଁର କବରସ୍ତାନରେ ଦିଆଗଲା କବର । ଗାଁରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ରାତିରେ ହିଁ ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଁକୁ ଅଣାଯାଇଥିଲା। ଦିଲ୍ଲୀ ଏମସରେ ପୋଷ୍ଟମର୍ଟମ ସରିବା ପରେ ମରଶରୀରକୁ ବିମାନ ଯୋଗେ ଅଣାଯାଇଥିଲା ଭୁବନେଶ୍ବର । ସେଠାରୁ ପୋଲିସ ସୁରକ୍ଷାରେ ଜନ୍ମମାଟିକୁ ନିଆଯାଇଥିଲା ମୃତଦେହ । ସେଥିଲାଗି ଏକ କାରକେଡ ବି ପ୍ରସ୍ତୁତ ହୋଇଥିଲା । ରାତି ପ୍ରାୟ ୧୧ଟାରେ ମର ଶରୀର ପହଞ୍ଚିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ବିଭିନ୍ନ ଦଳର ନେତାମାନେ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।










