16.1 C
Bhubaneswar
Tuesday, February 10, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବିପତ୍ର

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ରେ ବନ୍ୟା ଆସିବା ଯୋଗୁଁ ୧୭ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି। ବନ୍ୟାରେ ବ୍ଲକର ପାଳିମି, ଦେସାହି, କେତୁଆପାଳ, ଗୋବିନ୍ଦପୁର, ଜୁଆଣିଆ, ପେତପଡା, ଡ଼ିମିରିପାଳ, ଏରଡାଙ୍ଗ, ସଂସିଧା, ଅରଗଳ, ପଦିନିପାଳ, ଦଶିପୁର, କୋଳିଡ଼ିହ, ମାଣିକ ପାଟଣା, ନରେନ୍ଦ୍ରପୁର, ପତ୍ରପୁର, ଏକମାଣିଆ,ଦେମାଳ ପ୍ରମୁଖ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟାରେ ଚାଷ ବାସ ସବୁକିଛି ଉଜୁଡି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନି। ନା ବନ୍ୟା ବିପନ୍ନଙ୍କୁ ମିଳୁଛି ଶୁଖିଲା ଖାଦ୍ୟ ନା ରନ୍ଧାଖାଦ୍ୟ। ନଳକୂଅ ଗୁଡିକ ବନ୍ୟା ପାଣିରେ ବୁଡି ରହିଥିବାରୁ ପାଣି ପାଇଁ ମଧ୍ୟ ସାଧାରଣ ଲୋକ ଅସୁବିଧା ଭୋଗ କରୁଛନ୍ତି।

ଚାଷ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସାଧାରଣ ଲୋକଙ୍କ ସମସ୍ୟା ପରଖିବା ପରେ କଂଗ୍ରେସ ପକ୍ଷରୁ ବନ୍ୟାବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆ ଯାଇଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ ବନ୍ୟାପ୍ଲାବିତ ଅଞ୍ଚଳକୁ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ୧୫ ଦିନ ପାଇଁ ରିଲିଫ ପ୍ରଦାନ, ପାନୀୟଜଳ ବ୍ୟବସ୍ଥା କରିବା ସହ ବନ୍ୟା କମିଲେ ଯୁଦ୍ଧକାଳୀନ ଭିତ୍ତିରେ ନଳକୂଅ ଗୁଡିକ ସଜଡ଼ାଯିବା, ବନ୍ୟାଘେରରେ ଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବନ୍ୟା ପରେ ବ୍ୟାପିବାକୁ ଥିବା ରୋଗ ପ୍ରତି ବିହିତ ବ୍ୟବସ୍ଥା ଗ୍ରହଣ କରିବା, ୧୫ ଦିନ ପାଇଁ ଗୋଖାଦ୍ୟ ଯୋଗାଣ, କଚ୍ଚା ଘର ନଷ୍ଟ ହୋଇଥିବା ପରିବାରକୁ ଜରିପାଲ ଓ ସରକାରୀ ସହାୟତା, ଆବାସ ପାଇନଥିବା ହିତାଧିକାରୀଙ୍କୁ ଆବାସ ସର୍ଭେରେ ସାମିଲ କରିବା, କୃଷି ଋଣ ଛାଡ଼ କରିବା ସହ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ସହାୟତା ମାଗଣାରେ ଦେବା, ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତା,ସ୍କୁଲ ଗୁଡିକୁ ମରାମତିକରିବା, ଗରିବ ଲୋକମାନଙ୍କୁ ଗୋଟିଏ ଲେଖାଁ ଗ୍ୟାସ ଯୋଗାଇଦେବା ସହ ସମସ୍ତ ସରକାରୀ ଯୋଜନାର ଆବେଦନ ତାରିଖ ବୃଦ୍ଧି କରିବା ସହ ଛାତ୍ର ଛାତ୍ରୀଙ୍କ ଫି ଛାଡ଼ କରିବା ପ୍ରମୁଖ ୧୦ ଦଫା ଦାବି କଂଗ୍ରେସ କରିଛି । ପିସିସି ସଂପାଦକ ଡାକ୍ତର ଦେବସ୍ମିତା ଶର୍ମା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ଦାବିପତ୍ରକୁ ଅତିରିକ୍ତ ତହସିଲଦାର ମାନସ ସ୍ୱାଇଁଙ୍କୁ ପ୍ରଦାନ କରି ତାଙ୍କ ସହିତ ଆଲୋଚନା କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ରବିନାରାୟଣ ବେହେରା, ରାଜମୋହନ ସ୍ୱାଇଁ, ନକୂଳ ପରିଡା, ମାନଗୋବିନ୍ଦ ଦାସ,ନୀଳମଣି ସେଠୀ, ଦାମୋଦର ବେହେରା, ପ୍ରଫୁଲ୍ଲ ଦାସ, ରାକେଶ ଦାସ, ସେକ ଅତିଫଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking