17.1 C
Bhubaneswar
Friday, February 6, 2026
Homeଓଡିଶାମହାନଦୀ ବଞ୍ଚାଅ ଆନ୍ଦୋଳନ କୁନେଇ ଆଲୋଚନା

ମହାନଦୀ ବଞ୍ଚାଅ ଆନ୍ଦୋଳନ କୁନେଇ ଆଲୋଚନା

ଭୁବନେଶ୍ୱର: ଭକ୍ତ ଚରଣ ଦାସ ଆଜି ଭୁବନେଶ୍ବର ୟୁନିଟ ୯ ବୁଦ୍ଧ ମନ୍ଦିର ପରିସରରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଲୋଚନା ସଭାରେ ଯୋଗ ଦେଇଥିଲେଏନେଇ ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରିଛନ୍ତିକହିଛନ୍ତି,ଏହି ଆଲୋଚନା ସଭାରେ ଛତିଶଗଡ଼ ସହିତ ଥିବା ମହାନଦୀ ଜଳ ବିବାଦ, ଏହା ଦ୍ବାରା ଓଡ଼ିଶା ଏବଂ ଓଡ଼ିଶାର ଚାଷୀ ମାନଙ୍କୁ ହେଉଥିବା କ୍ଷତି ଏବଂ ବର୍ଷା ଦିନେ ଉପୁଜୁଥିବା ବନ୍ୟା ସମ୍ବନ୍ଧିତ ପରିସ୍ଥିତି ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା ।ମହାନଦୀ ଜଳ ବିବାଦ ଯୋଗୁଁ ବର୍ଷ ବର୍ଷ ଧରି ଓଡ଼ିଶା କ୍ଷତି ସହି ଆସୁଛି । ବିଜେଡ଼ି ଶାସନ ସମୟରେ ଏହି ବିବାଦର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ବେଳେ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାରରେ ମଧ୍ୟ ଏହି ବିବାଦର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହିଁ । ଓଡ଼ିଶା ଓ ଓଡ଼ିଶା ବାସୀଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ କଂଗ୍ରେସ ସର୍ବଦା ପ୍ରତିବଦ୍ଧ ।ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଯଦି ସରକାର କୌଣସି ପଦକ୍ଷେପ ନିଅନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ ।ଓଡ଼ିଶା ବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କଂଗ୍ରେସ ତାର ସଂଘର୍ଷ ଜାରି ରଖିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking