35.1 C
Bhubaneswar
Monday, April 27, 2026
Homeଓଡିଶାଟ୍ରାଫିକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ

ଟ୍ରାଫିକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ

ଯାଜପୁର: ଯାଜପୁର କଳିଙ୍ଗଗରର ଶିଳ୍ପାଞ୍ଚଳରେ ଦିନକୁ ଦିନ ଯାତାୟାତ ନେଇ ନାନା ସମସ୍ୟା ଦେଖିବାକୁ ମିଳିଛି। ଦାନଗଦି ବ୍ଲକ ଅନ୍ତର୍ଗତ ମାନପୁରରେ ଥିବା ରେଲୱେ ଓଭର ବ୍ରିଜଟି ବିପଦ ସଙ୍କୁଳ ହୋଇପଡ଼ିଥିବା ବେଳେ ଅନ୍ୟ ଏକ ବ୍ରିଜ କାମ ଆରମ୍ଭ ହୋଇଥିଲେ ହେଁ ସରି ପାରୁ ନାହିଁ। ଫଳରେ ଅଧିକାଂଶ ସମୟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ସେହିପରି ଡ଼ୁବୁରୀ ଦାନଗଦି ପୂର୍ତ୍ତ ବିଭାଗ ରାସ୍ତା ୬ ଥାକିଆ ହେବା ପାଇଁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରୁନାହିଁ । ଫଳରେ ଶିଳ୍ପାଞ୍ଚଳର ହଜାର ହଜାର ଗାଡ଼ି ମଟର ନାନା ସମସ୍ୟା ଭୋଗୁଥିବା ଅଭିଯୋଗ କରି ଆଜି ଦାନଗଦି ବ୍ଲକ ଅଧକ୍ଷା ଅର୍ଚନା ଦାସଙ୍କ ନେତୃତ୍ଵ ରେ ଏକ ପ୍ରତିନିଧି ଦଳ ଜିଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଆଗାମୀ ୭ ଦିନ ମଧ୍ୟ ରେ ଦାବି ପୁରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଦାନଗଦି ବ୍ଲକର ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking