25.1 C
Bhubaneswar
Saturday, March 21, 2026
Homeଓଡିଶାବାଇଁଆ ତୁମ ଜ୍ୱାଇଁ ପୁଅ

ବାଇଁଆ ତୁମ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି । କିନ୍ତୁ ଘୋର ଆଶ୍ଚର୍ଯ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ଯାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ । ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି । ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ । ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ । ବାଇଁଆ ଜେନା ପ୍ରସଙ୍ଗରେ ନିଜ ସରକାରକୁ ଘେରିବା ଛାଡ଼ି କଂଗ୍ରେସକୁ ପ୍ରଶ୍ନ ପଚାରୁଛି । ବାଇଁଆକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ । ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ । ବାଇଁଆ ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ ।

ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଲେ ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ । କାରଣ ଚୂଡ଼ି ପିନ୍ଧିବା କେତେଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ ବୋଲି ଆଣିଛୁ । ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣାବେଳେ ଆଗକୁ ଆସିଥାନ୍ତେ, ଲୁଚି ନଥାନ୍ତେ । ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ ସେଥିପାଇଁ ରାଜରାସ୍ତାରେ ଆସି ହାସ୍ୟାସ୍ପଦ ବିରୋଧ ପ୍ରଦର୍ଶନ କରୁଛନ୍ତି । ମୁଖପାତ୍ର ଜୟଶ୍ରୀ ପାତ୍ର ତାଙ୍କ ବିବୃତିରେ କହିଲେ ଯେ ତୁମ ଦଳ ସରକାରରେ ଅଛି ଏବଂ ତୁମେ ରାଜରାସ୍ତାରେ ଚିତ୍କାର କରୁଛ ଏହା ଆଶ୍ଚର୍ଯ୍ୟକର ନୁହେଁକି? କେଉଁ ଅଭିଯୁକ୍ତକୁ ଗିରଫ କରାଯିବ ଏବଂ କାହାକୁ ଅନୁକମ୍ପାମୂଳକ ସୁରକ୍ଷା ଦିଆଯିବ ସରକାର ନିଜ ଆତ୍ମିୟସ୍ୱଜନ ବିଚାର କରୁଛନ୍ତି । ଏହା ପ୍ରକୃତରେ ଲୋକଙ୍କ ସରକାର ନା କିଛି ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି । ଠିକ ସେମିତି ମୁଖପାତ୍ର ଝୁନା କୁମାରୀ ବିଜେପି କେତେ ନିଚ୍ଚ ଏବଂ ଅସହିଂଶୁ ତା’ର ଉଦାହାରଣ ଦେଖିବାକୁ ମିଳିଲା ବାଣୀବିହାର ଠାରେ । ସେଥାରେ ଥିବା ବିଜେପି ପୋଷ୍ଟର ନିଖୁଣ ଥିବା ବେଳେ ପାଖରେ ଲଗାଯାଇଥିବା ସୌମ୍ୟାଶ୍ରୀର ଶ୍ରଦ୍ଧାଞ୍ଜଳି ପୋଷ୍ଟର ଚିରାଯିବା ଘଟଣା ଏଥିରୁ ଜଣାପଡ଼ୁଛି ନାରୀ ନିର୍ଯାତନା ପାଇଁ ଏମାନେ କେତେ ବ୍ୟଥିତ । ମୁଖପାତ୍ର ମଧୁସ୍ମିତା କହିଲେ ବର୍ତ୍ତମାନ ରାଜ୍ୟର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଜାଣିଲେଣି । ଦୁଷ୍କର୍ମ, ନିର୍ଯାତନା ଘଟଣା ଗୁଡ଼ାକୁ ଆଉ ଘଂଟ ଘୋଡ଼ଇ ସରକାର ରଖିପାରିବେ ନାହିଁ । ଶେଷରେ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ମୁଖପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking