25.1 C
Bhubaneswar
Monday, May 11, 2026
Homeଦେଶ ବିଦେଶହରିଦ୍ୱାରରେ ଦଳାଚକଟା: ୬ ମୃତ

ହରିଦ୍ୱାରରେ ଦଳାଚକଟା: ୬ ମୃତ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରୁ ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି। ଆଜି ସକାଳେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ରୁ ୩୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗଢ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ସୂଚନା ଦେଇ କହିଛନ୍ତି, “ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଏକ ବିଶାଳ ଭିଡ଼ ଜମା ହେବା ପରେ ଦଳାଚକଟା ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ମୁଁ ଘଟଣାସ୍ଥଳକୁ ଯାଉଛି। ଘଟଣାର ବିସ୍ତୃତ ରିପୋର୍ଟ ଅପେକ୍ଷା କରାଯାଇଛି।” ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking