25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଚତୁର୍ଥ ମହଲାରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ!

ଚତୁର୍ଥ ମହଲାରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ!

ଗୁଜୁରାଟ: ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ କଲେ ଆତ୍ମହତ୍ୟା! କ୍ୟାମେରାରେ କଏଦ ହେଲା ଭିଡିଓ। ଗୁଜୁରାଟର ଅହମଦାବାଦରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁତର ଆହତ ଛାତ୍ରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ଯନ୍ତ୍ରଣାଦାୟକ ଘଟଣା ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ପୋଲିସ ଫୁଟେଜ୍ ତଦନ୍ତ ପାଇଁ ପଠାଇଛି। ଏହି ଘଟଣାଟି ନଭରଙ୍ଗପୁରା ଅଞ୍ଚଳରେ ଥିବା ସୋମ ଲଳିତ ସ୍କୁଲରେ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ସ୍କୁଲର ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ଛାତ୍ରୀ ଜଣକ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଲବିରେ ଚାବି ଘୂରାଇ ଘୁରାଇ ଯାଉଥିଲେ।

ତା’ପରେ ହଠାତ୍ ସେ ରେଲିଂ ଉପରେ ଚଢି ତଳକୁ ଡେଇଁ ପଡ଼ିଲେ। ଝିଅଟି ଡେଇଁବା ପରେ ସ୍କୁଲରେ ବହୁତ ଚିତ୍କାର ହୋଇଥିଲା। ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ରେଲିଂ ଆଡକୁ ଦୌଡ଼ିଥିଲେ। ଶିକ୍ଷକ ମଧ୍ୟ ବାହାରକୁ ଆସିଥିଲେ। କିନ୍ତୁ କେହି କିଛି ବୁଝିପାରିଲେ ନାହିଁ। ଡେଇଁବା ପରେ, ଝିଅଟି ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ହାତ ଏବଂ ଗୋଡ ଭାଙ୍ଗିଯାଇଥିଲା। ଝିଅଟିକୁ ତୁରନ୍ତ ନିକଟସ୍ଥ ନିଧି ହସ୍ପିଟାଲକୁ ନିଆଯାଇଥିଲା। ପରେ ପରିବାର ଲୋକ ତାକୁ ଥଲତେଜର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିଲା। ପୁଲିସ କହିବା ଅନୁସାରେ, ଝିଅଟିର ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆମେ ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking