19.1 C
Bhubaneswar
Monday, December 8, 2025
Homeଓଡିଶାଜୁଆଆଡ୍ଡାରେ ଚଢ଼ାଉ: ୧୯ ଗିରଫ

ଜୁଆଆଡ୍ଡାରେ ଚଢ଼ାଉ: ୧୯ ଗିରଫ

ଭଞ୍ଜନଗର: ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୯ଜଣ ଗିରଫ ହୋଇଛନ୍ତି। ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧାର ଜଙ୍ଗଲ ରେଡ୍‌ କରି ଗିରଫ କରାଯାଇଛି। ସୂଚନା ଅନୁସାରେ, ଜଗନ୍ନାଥପ୍ରସାଦ ଥାନା ପୋଲିସ ଗୁରୁବାର ମଧ୍ୟ ରାତିରେ ଝାଡ଼ାଭୂମି ପଞ୍ଚାୟତର ବରକୋଳିଆ ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ ଲକ୍ଷ ୪ ହଜାର ୩୪୦ ଟଙ୍କା ସହ ୧୮ଟି ମୋବାଇଲ ଜବତ କରିଛିଏଥିସହିତ ଦୁଇଟି କାର୍‌, ୫ଟି ମୋଟରସାଇକେଲ ୧୩ଟି ପ୍ଲେଇଙ୍ଗ କାର୍ଡ ମଧ୍ୟ ସିଜ ହୋଇଛି।

ବାରକୋଳିଆ ଅପହଞ୍ଚ ଅସ୍ଥାୟୀ ଘରେ ଜୁଆଖେଳ ଚାଲିଥିବା ଖବରପାଇ ପ୍ରାୟ ମଧ୍ୟ ରାତ୍ରରେ ଭଞ୍ଜନଗର ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ପୋଲିସ ମିଳିତରେ ଚଢ଼ାଉ କରିଥିଲେ। ଭଞ୍ଜନଗର ଏସ୍‌ଡିପିଓ ଡାକ୍ତର ଦୀପକ କୁମାର ମିଶ୍ର ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିବା ସୂଚନା ମିଳିଛି। ସେଥିରେ ଜଗନ୍ନାଥପ୍ରସାଦ ଆଇଆଇସି ପ୍ରମୋଦ କୁମାର ଲେଙ୍କା, ବେଲଗୁଣ୍ଠା ଆଇଆଇସି ରେବତୀ ଶବର, ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking