14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ କରାଯାଇଛି । ତାଙ୍କ ମୁହଁରେ ଫ୍ରାକ୍‌ଚର ହୋଇଥିବାବେଳେ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଆଡିଲେଡ୍‌ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ସମ୍ପର୍କରେ ସୂଚନା ମିଳିଛି । ଗତ ଶନିବାରଠାରୁ ଏହି ଘଟଣା ଘଟିଥିଲେ ହେଁ ପୁଲିସ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଆକ୍ରମଣକାରୀମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟ ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ଆହତ ଭାରତୀୟ ଛାତ୍ର ଜଣକ ହେଉଛନ୍ତି ଚରଣପ୍ରୀତ ସିଂହ ।

ସେ ତାଙ୍କ ପତ୍ନୀଙ୍କ ସହିତ ଲାଇଟ୍ ଡିସପ୍ଲେ ଦେଖିବାକୁ ଯାଇଥିବା ସମୟରେ କିନଟୋର ଆଭିନ୍ୟୁ ନିକଟରେ କାର ପାର୍କିଂକୁ ନେଇ କିଛି ସ୍ଥାନୀୟ ଯୁବକଙ୍କ ସହିତ ଯୁକ୍ତିତର୍କ ହୋଇଥିଲ । ଅଭିଯୁକ୍ତମାନେ ଚରଣପ୍ରୀତଙ୍କୁ ବର୍ଣ୍ଣବୈଷମ୍ୟଜନିତ ଗାଳିଗୁଲଜ କରିବା ସହ ହଠାତ୍ ମାଡ଼ ମାରିବା ଆରମ୍ଭ କରିଥିଲେ । ଚରଣପ୍ରୀତ ତଳେ ପଡ଼ିଯିବା ପରେ ବି ସେମାନେ ତାଙ୍କୁ ଛାଡ଼ିନଥିଲେ । ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking