32.1 C
Bhubaneswar
Tuesday, May 19, 2026
Homeଓଡିଶାଯାତ୍ରା ମଞ୍ଚକୁ ଫେରିବେ ପୀୟୂଷ

ଯାତ୍ରା ମଞ୍ଚକୁ ଫେରିବେ ପୀୟୂଷ

ଭୁବନେଶ୍ୱର: ଆସନ୍ତା ଦଶହରାରୁ ପୁଣି ଯାତ୍ରା ମଞ୍ଚକୁ ଫେରିବେ। ସିଂହବାହିନୀ ଯାତ୍ରା ପାଇଁ ମଞ୍ଚରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିବା ସେ ସ୍ପଷ୍ଟ କରିଛନ୍ତି।ପୀୟୂଷ କହିଛନ୍ତି,  ମୁଁ ଗତ ବର୍ଷ ଏକ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲି, କାରଣ ମୁଁ କିଛି ଭୁଲ କରିଥିଲି। ମାତ୍ର ବିବାଦ ମୋ ପିଛା ଛାଡ଼ୁନଥିବାରୁ ଚଳିତ ବର୍ଷ ଦଶହରାରୁ ପୁଣି ମଞ୍ଚକୁ ଫେରିବାକୁ ନିଷ୍ପତ୍ତି ନେଇଛି।” ସେ ଆହୁରି କହିଛନ୍ତି, “ଯଦି ବିବାଦରେ ରହିବାକୁ ହେବ, ତାହେଲେ ବର୍ଷେ ଅପେକ୍ଷା କରିବାର କାରଣ କ’ଣ?”

ପୀୟୂଷ ପୂର୍ବରୁ ୨୦୨୬-୨୭ ଋତୁରୁ ସିଂହବାହିନୀ ଯାତ୍ରା ଦଳ ସହ ପାଞ୍ଚ ବର୍ଷ ପାଇଁ ଚୁକ୍ତି କରିଥିଲେ। କିନ୍ତୁ ମାଲିକ ସଂଘ ଏହାକୁ ଗ୍ରହଣ କରିବା ସମ୍ପର୍କରେ କୌଣସି ସ୍ପଷ୍ଟ ମତ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ତେବେ, ବିବାଦ ସତ୍ତ୍ୱେ ସେ ଏହି ଦଶହରାରୁ ମଞ୍ଚରେ ଅଭିନୟ ଆରମ୍ଭ କରିବେ ବୋଲି ଦୃଢ଼ ନିଷ୍ପତ୍ତି ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking