ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମହାନଗର ନିଗମର କାଯ୍ୟ ନିର୍ୱାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାରୋଟି ସ୍ଥାନରେ ଚଢାଉ ଜାରି ରହହିଛି । ଭୁବନେଶ୍ୱର , ଗୁଣପୁରର ୪ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ବରଗଡରେ ଥିବା ତିନି ମହଲା କୋଠା, ବାଲି ଅନ୍ତା ତହସିଲର ରଣପୁରରେ ଥିବା ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱର ବିଏମସି କାଯ୍ୟାଳୟରେ ଥିବା ତାଙ୍କ ଚାମ୍ବର , ରାୟଗଡା ଗୁଣପୁରରେ ଥିବା ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ । ଏହି ଏରଡରେ ୬ ଡିଏସପି , ୧୦ ଇନସେପେକ୍ଟର ସାମିଲ ଥିବା ସୂଚନା ମିଳିଛି ।










