ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ତଥା ଦୁଷ୍କର୍ମ, ଦଳିତ ନିର୍ଯ୍ୟାତନା, ଆଦିବାସୀ ଉତ୍ପୀଡ଼ନ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ୮ଟି ସମମନୋଭାବାପନ୍ନ ରାଜନୈତିକ ଦଳଙ୍କ ଡାକରାରେ ଆଜି ହୋଇଥିବା ଓଡ଼ିଶା ବନ୍ଦରେ ପ୍ରଦେଶ ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଜାତୀୟ ରାଜପଥକୁ ହଂସପାଳ ଛକ ଠାରେ ଉଭୟ ପଟୁ ବ୍ୟାନର ବାନ୍ଧି ବିଭାଗର କର୍ମକର୍ତ୍ତା ଓ କର୍ମୀମାନଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ସକାଳ ୬ ଘଣ୍ଟିକାରୁ ଅପରାହ୍ନ ୧ ଘଣ୍ଟିକା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହି ସମୟରେ ଜାତୀୟ ରାଜପଥର ଉଭୟ ପଟରେ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଯାନବାହାନ ହଂସପାଳ ଛକଠାରେ ଅଟକି ରହିଥିଲା। କିନ୍ତୁ ଜରୁରୀକାଳିନ ସେବା ଯେପରିକି ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ଅଗ୍ନିଶମ ଗାଡ଼ି, ପୁଲିସ ପ୍ରଶାସନ ଗାଡି ଇତ୍ୟାଦି ଉକ୍ତ ସମୟରେ ଯାତାୟତ କରିଥିଲେ। ଆଜିର ଏହି ବନ୍ଦ ବେଳେ ଅନୁସୂଚିତ ଜାତି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ ମଲ୍ଲିକଙ୍କ ସହିତ ଉପାଧ୍ୟକ୍ଷ ଆଇନ୍ଜୀବି ଅଶୋକ ନାୟକ, ତାପସ ସେଠୀ, ସାଧାରଣ ସମ୍ପାଦକ ଦେବବ୍ରତ ବେହେରା, ସମ୍ପାଦକ ଆଇନ୍ଜୀବି ଦେବାଶିଷ ମଲ୍ଲିକ, ବିକାଶ ଦାସ, ରଞ୍ଜନ ଭୋଇ, ସୁକାନ୍ତ ତିଆଡି, ସଂଜୟ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, କଟକ ଜିଲ୍ଲା ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ଅନୁଗୁଳ ଜିଲ୍ଲା ଅଧ୍ୟକ୍ଷ ଆଇନଜୀବି ରାଜକିଶୋର ନାୟକ, ପଛୁଆବର୍ଗ ରାଷ୍ଟ୍ରୀୟ ସଂଯୋଜକ ରାଜକିଶୋର ବାରିକ, ଚାଷିମୂଲିଆ ସଂଘ ରାଜ୍ୟ ସମ୍ପାଦକ ଶିବ ପ୍ରସାଦ ଦାସ, କୃଷକ କଂଗ୍ରେସ କର୍ମକର୍ତ୍ତା ସୁବାଷ ପ୍ରଧାନ, ଆଦିବାସୀ କଂଗ୍ରେସ କର୍ମକର୍ତ୍ତା ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।










