ବାଲେଶ୍ୱର: ଘର ଭିତରେ ପୋଡିଯାଇ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି । ସହଦେବଖୁଣ୍ଟା ଥାନା ଏଡିଏମ୍ ଛକ ନିକଟ ଘରେ ପୋଡିହୋଇ ଗୁରୁତର ହୋଇଛନ୍ତି ମହିଳା । ପ୍ରାଥମିକ ସୂଚନା ଅନୁଯାୟୀ ଦେହରେ କିରୋସିନିରୁ ନିଆଁ ଲାଗିଥିବା ଜଣାପଡିଛି । ମହିଳା ଜଣକ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ ହୋଇଛନ୍ତି । ଏହା ଜୀବନ ହାରିବା ଉଧ୍ୟମ ନା ହତ୍ୟା ଷଡଯନ୍ତ୍ର ସ୍ପଷ୍ଟ ହୋଇନି ।










