19.1 C
Bhubaneswar
Friday, February 6, 2026
Homeଓଡିଶାଗ୍ରୀଡ଼କୋ କାର୍ଯ୍ୟ ଓ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ 

ଗ୍ରୀଡ଼କୋ କାର୍ଯ୍ୟ ଓ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରୀଡ଼କୋର ସମସ୍ତ ପ୍ରୋଜେକ୍ଟ ଗୁଡ଼ିକର ସମୀକ୍ଷା କରିଛନ୍ତି । ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସବୁଜ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି । ଗ୍ରୀଡ଼କୋ ଦ୍ୱାରା ସମୁଦାୟ ୧୦ ହଜାର ୯୬୦ ମେଗାୱାଟର ପ୍ରକଳ୍ପ ବିକଶିତ ହେଉଛି । ସେଥିରେ, ୭୫୦୦ ମେଗାୱାଟ ସୋଲାର୍ ପ୍ରକଳ୍ପ, ୨୦୦୦ ମେଗାୱାଟ ପବନଶକ୍ତି ପ୍ରକଳ୍ପ, ୧୨୦୦ ମେଗାୱାଟ ପମ୍ପଡ଼ ଷ୍ଟୋରେଜ ପ୍ରୋଜେକ୍ଟ ଓ ଅନ୍ୟାନ୍ୟ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଗୁଡିକ ଅନ୍ତର୍ଭୁକ୍ତ ଅଟେ ।

ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଳମ୍ବର କାରଣ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁଧ୍ୟାନ କରିଛନ୍ତି । ଏବଂ ବିଭାଗୀୟ ଅଧିକାରୀ ସହ ଫୋନ ଯୋଗେ କଥା ହୋଇ ତ୍ୱରାନ୍ୱିତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ପୂର୍ବରୁ କରାଯାଇଥିବା ସମୀକ୍ଷା, ବିଶେଷ କରି ପ୍ରକଳ୍ପର କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା କାରଣ ଯଥା ପରିବେଶଗତ ମଞ୍ଜୁରୀ ଆଦିକୁ ନେଇ ଗତ ଦିଲ୍ଲୀ ଗସ୍ତ ସମୟରେ ଭାରତ ସରକାରଙ୍କ ପାଖରେ ଉପସ୍ଥାପନ କରି ସମାଧାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଉପରୋକ୍ତ ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଏମଡି ଗ୍ରୀଡ଼କୋ ଡ଼ ସତ୍ୟପ୍ରିୟ ରଥ, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବୀଦତ୍ତ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ, ଆଇଏଏସ ଶ୍ରୀମତୀ ନିବେଦିତା ମିଶ୍ର, ଗ୍ରୀଡ଼କୋ, ଓରେଡ଼ା, ଶକ୍ତି ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking