18.1 C
Bhubaneswar
Saturday, December 6, 2025
Homeଓଡିଶାଆତ୍ମାହୁତି ଦେଇଥିବା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି

ଆତ୍ମାହୁତି ଦେଇଥିବା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଏଫଏମ କଲେଜରେ ଜୀଅନ୍ତା ଜଳି ହାତ୍ମାହୁତି ହେଇଥିବା ପୀଡ଼ିତା ସୌମ୍ୟାଶ୍ରୀଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୌମ୍ୟାଶ୍ରୀଙ୍କ ଅବସ୍ଥା ପଚାରି ବୁଝିବା ସାଙ୍ଗକୁ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଏକ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବାବେଳେ ବର୍ଣ୍ଣ ୟୁନିଟିକୁ ଯାଇ ସୋମ୍ୟାଶ୍ରୀଙ୍କୁ ଭେଟିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଉପସ୍ଥିତ ଥିବା ଜଣାପଡ଼ିଛି । ଏଫଏମ କଲେଜର ନିଲମ୍ବିତ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଆଜି ପୋଲିସ ଗିରଫ କରିଛି । ସେପଟେ ଏଜୁକେଶନ ଡିପାର୍ଟମେଣ୍ଟ ଏଚଓଡି, ଯେ ସୌମ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ତାଙ୍କୁ ମଧ୍ୟ ପୂର୍ବରୁ ପୋଲିସ ଗିରଫ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking