18.1 C
Bhubaneswar
Wednesday, February 4, 2026
Homeଓଡିଶାଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି

ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି

ଭୁବନେଶ୍ୱର: ଫକୀରମୋହନ ସଂୟଶାସିତ ମହାବିଦ୍ୟାଳୟ (ବାଲେଶ୍ୱର) ର ଇଂଟିଗ୍ରେଟେଡ ବିଏଡ୍ ଦ୍ୱିତୀୟବର୍ଷ ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତା ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷା କରିବାପରେ ନ୍ୟାୟ ନପାଇ ଶେଷରେ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନିମ୍ନମତେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ତଥ୍ୟ ଅନୁଧ୍ୟାନ କମିଟିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷ ରହିଥିବା ବେଳେ ନାରୀନ୍ୟାୟ ବାହିନୀର ଆବହକ ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟକ ସୋଫିଆ ପିର୍ଦ୍ଦୋଶ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର, ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା, ଡା. ଦେବସ୍ମିତା ଶର୍ମା ଓ ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଆସନ୍ତା କାଲି ବାଲେଶ୍ୱର ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking