29.1 C
Bhubaneswar
Saturday, February 7, 2026
Homeଓଡିଶାହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ନବୀନ

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ନବୀନ

ଭୁବନେଶ୍ୱର : ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସର୍ଭାଇକାଲ୍ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପରେ ଆଜି ମେଡିକାଲରୁ ନବୀନ ଡିସ୍‌ଚାର୍ଜ ହୋଇଛନ୍ତି। ଗତମାସ ୨୨ ତାରିଖରେ ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ନବୀନ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲେ ବି ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ମୁମ୍ବାଇରେ ରହିବେ। କାରଣ ସେଠାରେ ତାଙ୍କର ଫିଜିଓ ଥେରାପି ଚାଲିବ। ଏହାପରେ ସେ ଓଡ଼ିଶା ଫେରିବେ।

ସୂଚନାଯୋଗ୍ୟ ଜୁନ୍ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ। ଏହାପରେ ଜୁନ୍ ୨୨ରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ସର୍ଭାଇକାଲ୍ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଅପରେସନ୍ ପରେ ନବୀନଙ୍କୁ ଆଇସିୟୁ ଓ ଏହାପରେ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking