21.1 C
Bhubaneswar
Saturday, December 6, 2025
Homeଓଡିଶାମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ମତ୍ସ୍ୟ ସେବା ଓ ଉଦ୍ୟାନ-କୃଷି ସେବା କ୍ୟାଡରର ପୁର୍ନବିନ୍ୟାସକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି ସେବା କ୍ୟାଡରରେ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି।

ନିଷ୍ପତ୍ତି ଅନୁଯାୟୀ ମତ୍ସ୍ୟଚାଷ ସେବା କ୍ୟାଡରର ସମୁଦାୟ ପଦବୀ ସଂଖ୍ୟା ୮୩୫କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୬୧୮ ଥିଲା। ଏହାଦ୍ୱାରା ୨୧୭ଟି ନୂତନ ପଦବୀ ସୃଷ୍ଟି ହୋଇଛି। ମତ୍ସ୍ୟ ସେବା କ୍ୟାଡରର ଅଧିକାଂଶ ପଦବୀ ଗୁଡିକ କ୍ଷେତ୍ରସ୍ତରରେ ରହିଥାଏ। ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରି ୨୦୩୬ ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ୍ ଟନ ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମତ୍ସ୍ୟ ସେବା କ୍ୟାଡରର ଏହି ପୁର୍ନବିନ୍ୟାସ ଫଳରେ କ୍ଷେତ୍ରସ୍ତରଠୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମତ୍ସ୍ୟଚାଷର ଅଭିବୃଦ୍ଧି ପାଇଁ  ଅଧିକ ଅଧିକାରୀ ଉପଲବ୍ଧ ହୋଇପାରିବେ।

ସେହିଭଳି ଉଦ୍ୟାନ କୃଷି ବିଭାଗରେ ପୁର୍ନବିନ୍ୟାସ କରାଯାଇ ୬୭ଟି ପଦବୀ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୪୦୩ ଥିଲା, ପୁର୍ନବିନ୍ୟାସ ପରେ ଏହା ୪୭୦କୁ ବୃଦ୍ଧି ପାଇଛି। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking